ବାଗଦାଦି କେମିତି ହେଲା ସବୁଠୁ ନୃଶଂସ ଆଉ ଧନୀ ଆତଙ୍କବାଦୀ

ଲାଦେନ୍ ଓ ଜୱାହିରଠୁ ବି ବେଶୀ ଭୟଙ୍କର । ମୁଣ୍ଡ କାଟିବା ଓ ଲୋକଙ୍କୁ ଜୀଅନ୍ତା ଜାଳିବାରେ ମାହିର ଥିଲା ସେ । ନୀରିହ ଲୋକଙ୍କ ରକ୍ତ ଦେଖି ସେ ଖୁସି ହେଉଥିଲା । ମହିଳାମାନେ ଥିଲେ ତା ପାଇଁ ଯୌନଦାସୀ । ସେ ହେଉଛି ହଜାର ହଜାର ନୀରିହ ଲୋକଙ୍କ ରକ୍ତରେ ହୋଲି ଖେଳିଥିବା ଆତଙ୍କର ସୌଦାଗର ISIS ମୁଖ୍ୟ ଅବୁ ବକର ଅଲ ବାଗଦାଦି ।

କେମିତି ସାରା ବିଶ୍ବରେ ଆତଙ୍କବାଦର ସର୍ଦ୍ଦାର ପାଲଟିଥିଲା ବାଗଦାଦି ?
କ’ଣ ଥିଲା ତା’ର ଲକ୍ଷ୍ୟ ?
କାହିଁକି ବାଗଦାଦିକୁ କୁହାଯାଏ ଦୁନିଆର ସବୁଠୁ ଧନୀ ଆତଙ୍କବାଦୀ ?

୨୦୧୦ ମେ ୧୬ରେ ଆତଙ୍କବାଦୀ ସଂଗଠନ ISISର ମୁଖ୍ୟ ହୋଇଥିଲା ବାଗଦାଦୀ । ଅଲ୍ କାଏଦା ମୁଖ୍ୟ ଅଲ ଜଓ୍ବାହିର ମୃତ୍ୟୁର ପ୍ରତିଶୋଷଧ ନେବାକୁ ଶପଥ ନେଇଥିଲା ସେ । ମାତ୍ର ୪ ବର୍ଷ ମଧ୍ୟରେ ପାଲଟିଥିଲା ବିଶ୍ବର ସବୁଠୁ ଦୁର୍ଦାନ୍ତ ଆତଙ୍କବାଦୀ । ଇଏ ସେଇ ଆତଙ୍କୀ, ଯାହାର ବର୍ବରତାରେ ସାରା ବିଶ୍ବକୁ ଥରହର କରିଥିଲା । କେତେବେଳେ ଗଳାକାଟି ହତ୍ୟା ତ କେତେବେଳେ ପିଞ୍ଜରା ଭିତରେ ଯୁବତୀଙ୍କୁ ଜୀଅନ୍ତା ଜାଳି ଦେଉଥିଲା ସେ । ବାଗଦାଦି ପାଇଁ ମୃତ୍ୟୁର ମାନେ କିଛି ନଥିଲା । ୨୦୧୪ରେ ଇରାକର ମୋସୁଲ ଉପରେ କବଜା କରିଥିଲା ISIS । ଏହା ପରେ ୟାଜିଦ୍ ସମୁଦାୟର ୪୦ ହଜାର ଲୋକଙ୍କୁ କରାଯାଇଥିଲା ଟାର୍ଗେଟ । ମୋସୁଲକୁ ଚାରିପଟୁ ଘେରିଯାଇଥିଲା ISIS। ଭୋକ ଉପାସରେ ଅନେକ ମହିଳା, ଶିଶୁ ଓ ବୃଦ୍ଧ ଆଖି ବୁଜିଲେ । ଏଠାରେ ହିଁ ଅନେକ ଯୁବତୀ ଓ ମହିଳାଙ୍କ ସହ ବାଗଦାଦି ଦୁଷ୍କର୍ମ କରିଥିବା ଅଭିଯୋଗ ରହିଛି । ଏପରିକି ବହୁ ମହିଳାଙ୍କୁ ସେ ଯୌନଦାସୀ ଭାବେ ରଖିଥିଲା ବାଗ୍‌ଦାଦି । ଯୌନଦାସୀ ହେବାକୁ ଅସ୍ବୀକାର କରିବା ପରେ ୨୫୦ ମହିଳା ଓ ଯୁବତୀଙ୍କୁ ହତ୍ୟା କରିଥିଲା ପିଚାଶ । ୧୯ ଜଣ ଯୁବତୀଙ୍କୁ ଏକ ପିଞ୍ଜରା ଭିତରେ ଭର୍ତ୍ତି କରି ଜୀଅନ୍ତା ଜାଳି ଦେଇଥିଲା । ଏପରିକି ସାରା ବିଶ୍ବରେ ମୃତ୍ୟୁର ତାଣ୍ଡବ ରଚିବା ପାଇଁ ରସାୟନିକ ଯୁଦ୍ଧ ଲାଗି ISIS ପ୍ରସ୍ତୁତ ହେଉଥିଲା ।

କେବଳ ଏତିକୁ ନୁହେଁ, । ISISର ଆତଙ୍କବାଦୀମାନେ ମଧ୍ୟ ଏହାକୁ ପାଳନ କରି ମହିଳାମାନଙ୍କୁ ଯୌନଦାସୀ ଭାବେ ବିକ୍ରି କରୁଥିଲେ । ଅନେକ ସମୟରେ ଏପରି ଭିଡିଓ ମଧ୍ୟ ଭାଇରାଲ ହୋଇଛି । କାହାକୁ ହତ୍ୟା କରିବା, ବେକ, ଶରୀରର ଅଙ୍ଗପ୍ରତ୍ୟଙ୍ଗ କାଟିବା, ପାଣିରେ ବୁଡ଼ାଇ, ଜୀଅନ୍ତା ଜାଳି କାହାକୁ ହତ୍ୟା କରିବା ବାଗଦାଦି ଓ ତା ସଂଗଠନ ପାଇଁ ସାଧାରଣ କଥା ଥିଲା । ଏପରି ହତ୍ୟା କରି ବାଗଦାଦି ମଜା ନେଉଥିଲା । କୁହାଯାଏ ଲୋକଙ୍କ ଶରୀରରୁ ରକ୍ତ ବାହାରି ମାଟିରେ ପଡୁଥିବାର ଦୃଶ୍ୟ ତାକୁ ଆନନ୍ଦିତ କରୁଥିଲା । ବାଗଦାଦୀ ନିଜ ସଂଗଠନର ପ୍ରଚାର ପ୍ରସାର ଲାଗି ଇଣ୍ଟରନେଟ ବ୍ୟବହାର କରୁଥିଲା । ସୋସିଆଲ ମିଡିଆ ମାଧ୍ୟମରେ ଯୁବକ-ଯୁବତୀଙ୍କୁ ସଂଗଠନରେ ଉର୍ତ୍ତି ହେବାକୁ ମଧ୍ୟ ଉସୁକାଉଥିଲା । ହେଲେ ନିଜେ ଗତ ୧୦ ବର୍ଷ ଧରି ମୋବାଇଲ ଫୋନ ବ୍ୟବହାର କରୁନଥିଲା । ସେ ଯୋଗାଯୋଗ ସ୍ଥାପନ ଲାଗି ହାତଲେଖା ନୋଟ୍‌ସ ବ୍ୟବହାର କରୁଥିଲା । ବାଗଦାଦି ବିଶ୍ବର ସବୁଠୁ ଧନୀ ଆତଙ୍କବାଦୀ ସଂଗଠନର ମୁଖ୍ୟ ଥିଲା । ବର୍ଷକୁ ISIS ସଂଗଠନର କାରବାର ୨ ଟ୍ରିଲିୟନ ଡଲାରରୁ ଅଧିକ ଥିଲା । ବାର୍ଷିକ ୨.୯ ବିଲିୟନ ଡଲାରରୁ ଅଧିକ ଆୟ କରୁଥିଲା ସେ । ବାଗ୍‌ଦାଦିର ମୂଳ ଆୟ ଥିଲା କ୍ରୁଡ ଅଏଲ

Related Posts