ଵାଘେଲଙ୍କ ଵଡ଼ ଵୟାନ: ୨୦୧୩ ଝୀରାମ ଘାଟି ନକ୍ସଲ ହମଲା ପଛରେ ଥିଲା ରାଜନୈତିକ ଷଡ଼ଯନ୍ତ୍ର, ତଦନ୍ତ ହେବ

(ସତ୍ୟପାଠ ବ୍ୟୁରୋ)ଭୁବନେଶ୍ୱର: ଛତିଶଗଡରେ ଘଟିଥିବା ନକ୍ସଲ ଆକ୍ରମଣକୁ ନେଇ ମୁଖ୍ୟମନ୍ତ୍ରୀ ଭୁପେଶ ବାଗେଲ ବଡ଼ ବୟାନ ଦେଇଛନ୍ତି । ଏହି ମାମଲାକୁ ରାଜ୍ୟସରକାର ତଦନ୍ତ କରିବା ଜରୁରୀ ବୋଲି କହିଛନ୍ତି । ତେବେ ଏହା କେବଳ ରାଜନୈତିକ-ଅପରାଧିକ ଷଡଯନ୍ତ୍ର ଏବଂ ଚୁକ୍ତିଭିତ୍ତିକ ହତ୍ୟାକାଣ୍ଡ ଉପରେ ଆଧାରିତ ହୋଇଥିବାରୁ ଏହି ଘଟଣାର ତଦନ୍ତ କରିବା ପାଇଁ ରାଜ୍ୟ ସରକାର ଚାହୁଁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । କିନ୍ତୁ ଅପରିପକ୍ଷେ କେନ୍ଦ୍ର ସରକାର ଏହାକୁ ରାଜ୍ୟସରକାର ତଦନ୍ତ କରନ୍ତୁ ବୋଲି ଚାହୁଁନାହାଁନ୍ତି । ଅନ୍ୟପଟେ ନକ୍ସଲଙ୍କ ଏହି ଆକ୍ରମଣ ଫଳରେ ଅନେକ କଂଗ୍ରେସ ନେତା ପ୍ରାଣ ହରାଇଥିଲେ । ଦୀର୍ଘ 8 ବର୍ଷ ପୂର୍ବରୁ ମଧ୍ୟ ନକ୍ସଲଙ୍କ ଆକ୍ରମଣରେ ଅନେକ କଂଗ୍ରେସ ନେତା ପ୍ରାଣ ହରାଇଥିଲେ। ତେବେ ସେହି ସମୟରେ ଦେଶରେ କଂଗ୍ରେସ ସରକାର ଥିଲା । ତେଣୁ ଏହାକୁ ସିବିଆଇକୁ ହସ୍ତାନ୍ତର କରାଯାଇଥିଲା । କିନ୍ତୁ ବର୍ତ୍ତମାନର କେନ୍ଦ୍ର ସରକାରଙ୍କ ସୃଷ୍ଟି ହୋଇଥିବା ଚାପ ଫଳରେ ଏନ୍ଆଇଏ କିମ୍ବା ରାଜ୍ୟ ସରକାରଙ୍କୁ ଏହି ଘଟଣାର ତଦନ୍ତ କରିବାକୁ ଅନୁମତି ଦେଇନାହାନ୍ତି । କେବଳ ଏତିକି ନୁହେଁ 2020 ମସିହା ସେପ୍ଟେମ୍ବର 29 ତାରିଖରେ ସୁପ୍ରିମକୋର୍ଟ ଛତିଶଗଡ ସରକାରଙ୍କ 2013 ଜେରାମ ଘାଟୀ ନକ୍ସଲ ଆକ୍ରମଣର ଯାଞ୍ଚ ପାଇଁ ଗଠିତ ଜୁଡିସିଆଲ କମିଶନଙ୍କ ଦ୍ଵାରା ଅତିରିକ୍ତ ସାକ୍ଷୀ ଯାଞ୍ଚ କରିବାକୁ ମନା କରିଦେଇଥିବା ଆବେଦନକୁ ଖାରଜ କରିଦେଇଛନ୍ତି । ଯେଉଁଥିରେ ରାଜ୍ୟ କଂଗ୍ରେସର ନେତାଙ୍କ ସମେତ 29 ଜଣଙ୍କର ମୃତ୍ୟୁ ଘଟିଥିଲା । ତେଣୁ ଏହାର ପୁନଯାଞ୍ଚ ପାଇଁ ମୁଖ୍ୟମନ୍ତ୍ରୀ ଭୁପେଶ ବାଗେଲ ଦାବି କରିଛନ୍ତି । ଅନ୍ୟପଟେ ବର୍ତ୍ତମାନ ଚାଲିଥିବା ଟୁଲ୍କିଟ୍ ବିବାଦକୁ ନେଇ ମଧ୍ୟ ବାଗେଲ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି, ଗୋଟିଏ ପଟେ ସେମାନେ ଟୁଲ୍କିଟ୍ ପ୍ରସଙ୍ଗରେ ତୁରନ୍ତ ଟ୍ୱିଟର କାର୍ଯ୍ୟାଳୟକୁ ଯାଉଛନ୍ତି । କିନ୍ତୁ ଏହାର ସଠିକ କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି କିମ୍ବା ଏ ବାବଦରେ କିଛି ସୂଚନା ଦେଉନାହାନ୍ତି ।

Related Posts