ଟୋକିଓ ଅଲମ୍ପିକ: ଯୋଡି ହେଲା ଆଉ ଏକ ପଦକ; ରେସଲର ବଜରଙ୍ଗ ପୁନିଆ ଜିତିଲେ ବ୍ରୋଞ୍ଜ ପଦକ

bajrang

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ଭାରତ ପାଇଁ ଯୋଡି ହେଲା ଆଉ ଏକ ପଦକ । ପୁରୁଷ ଫ୍ରିଷ୍ଟାଇଲ୍ ୬୫ କିଲୋଗ୍ରାମ ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତିଛନ୍ତି ରେସଲର ବଜରଙ୍ଗ ପୁନିଆ । ତେବେ ପ୍ରତିପକ୍ଷ କାଜାକିସ୍ତାନ ପ୍ରତିଦ୍ବନ୍ଦିଙ୍କୁ ୮-୦ ସେଟ୍‌ରେ ହରାଇ ବ୍ରୋଞ୍ଜ ଜିତିଛନ୍ତି ବଜରଙ୍ଗ ପୁନିଆ । ପ୍ରଥମ ରାଉଣ୍ଡରେ ୨ ପଏଣ୍ଟ ପଏଣ୍ଟ ପାଇଥିଲେ ପୁନିଆ । ୨ୟ ରାଉଣ୍ଡରେ କାଜାକିସ୍ତାନ ରେସଲରଙ୍କୁ ମାତ୍‌ ଦେଇ ଆଉ ୬ ପଏଣ୍ଟ ହାସଲ କରିଥିଲେ ବଜରଙ୍ଗ ପୁନିଆ ।

ଏହି ପଦକ ଜିତିବା ପରେ ବଜରଙ୍ଗ ପୁନିଆ ଅଲିମ୍ପିକ୍ ପଦକ ଜିତିଥିବା ସପ୍ତମ ଭାରତୀୟ ହୋଇଛନ୍ତି । ଅନ୍ୟପଟେ ୨୦୧୯ ବିଶ୍ୱ ଚାମ୍ପିୟନଶିପ୍‌ର ସେମିଫାଇନାଲରେ ବଜରଙ୍ଗ କାଜାକ୍ ରେସଲରଙ୍କୁ ହରାଇଥିଲେ। ଏଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ବର୍ତ୍ତମାନ ଖୁସିର ଲୋହରୀ ଖେଳିଉଠିଛି ।

Related Posts