ଟୋକିଓ ଅଲିମ୍ପିକ୍ସ : ଘୋଡା ନଡେଇଁବାରୁ ସ୍ବର୍ଣ୍ଣ ପଦକ ଜିତିବାରୁ ବାଦ୍ ପଡିଲେ ଜର୍ମାନୀ ପ୍ରତିଯୋଗୀ, ଘୋଡାକୁ ନିର୍ଦ୍ଦୟ ଭାବେ ପିଟିଲେ କୋଚ୍

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ଦୁର୍ଭାଗ୍ୟ ବଶତଃ ଜର୍ମାନୀ ଆଥଲେଟ୍ ଅନ୍ନିକା ସ୍କେଲୁ ଟୋକିଓ ଅଲିମ୍ପିକ୍ସରେ ଏକ ନିଶ୍ଚିତ ପଦକ ପାଇବାରୁ ବଂଚିତ ହୋଇଛନ୍ତି । ପେଂଟାଥାଲେଟ ପ୍ରତିଯୋଗିତାରେ ଅନ୍ନିକା ପ୍ରଥମ ସ୍ଥାନ ବଜାୟ ରଖିଥିଲେ । ତେବେ ଠିକ୍ ସମୟରେ ତାଙ୍କ ପ୍ରିୟ ଘୋଡା ଜମ୍ପ କରି ନ ଥିଲା । ଫଳରେ ସେ ୧ରୁ ୩୧କୁ ଖସି ଆସିଥିଲେ ।

ତେବେ ଘୋଡ଼ା ଜମ୍ପ ନକରିବାରୁ ଜର୍ମାନ କୋଚ୍ କିମ୍ ରେସନର୍ ଘୋଡ଼ାକୁ ମାଡ ମାରୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହୋଇଥିଲା। ଭିଡିଓରେ ଦେଖିବାକୁ ମିଳୁଛି ଯେ, ‘ସେଣ୍ଟ୍ ବଏ’ ନାମକ ଘୋଡାକୁ ଜମ୍ପ୍ ନକରିବାରୁ ମାଡ ମାରୁଛନ୍ତି।

ଏହି ଘୋଡା ଇଭେଣ୍ଟ ସମୟରେ ସୋ ଜମ୍ପିଂ ରାଉଣ୍ଡରେ ବାର୍ ଉପରେ ଜମ୍ପ୍ କରି ପାରିନଥିଲା । ଏଥିପାଇଁ ଜର୍ମାନ ଆଥଲେଟ୍ ଅନ୍ନିକା ସ୍ୱର୍ଣ୍ଣ ପଦକ ଜିତିବାରୁ ବଞ୍ଚିତ ହୋଇଥିଲେ। ଏହି ଭିଡିଓ ଫୁଟେଜ ସାମ୍ନାକୁ ଆସିବା ପରେ ବିବାଦ ସୃଷ୍ଟି ହୋଇଥିଲା। ଆନ୍ତର୍ଜାତୀୟ ଆଧୁନିକ ପେଂଟାଥାଲେଟ ଫେଡେରେସନ୍ ରେସନରଙ୍କ ଭିଡିଓ ଫୁଟେଜ୍ ଯାଞ୍ଚ କରିବା ପରେ ଜର୍ମାନୀ କୋଚ୍ ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।

ଫେଡେରେସନ୍ କହିଛି ଯେ ସେ ଘୋଡାକୁ ତାଙ୍କ ପିଚ୍‌ରେ ପିଟୁଥିବା ଜଣାପଡିଛି ଏବଂ ଏହି ଭଳି ଭାବେ ଘୋଡ଼ାକୁ ମାଡ ମାରିବା ନିୟମର ଉଲ୍ଲଂଘନ ବୋଲି ଧରାଯିବ। ଏହାପରେ ରେସନରଙ୍କ ନିଲମ୍ବନ କରାଯାଇଥିଲା।

ଘୋଡ଼ା ସବାରୀର ଏହି ଆଧୁନିକ ପେଂଟାଥାଲେଟ ଇଭେଣ୍ଟରେ ଖିଳାଡୀଙ୍କୁ ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଏକ ଅଜ୍ଞାତ ଘୋଡାରେ ଚଢ଼ି ଗନ୍ତବ୍ୟ ସ୍ଥଳରେ ଥିବା ବାର୍ ଉପରେ ଜମ୍ପ୍ କରିବାକୁ ପଡିଥାଏ। ଏହି ପ୍ରତିଯୋଗିତା ପାଇଁ, ପ୍ରତିଯୋଗୀମାନଙ୍କୁ ଖେଳ ଆରମ୍ଭ ହେବାର ୨୦ ମିନିଟ୍ ପୂର୍ବରୁ ଘୋଡ଼ା ଦିଆଯାଇଥାଏ।

Related Posts