ଏଣିକି ଅଜାନ ସମୟରେ ବାଜିବନି ହନୁମାନ ଚାଳିସା; ଏନେଇ ମହାରାଷ୍ଟ୍ରର ନାସିକ ପ୍ରଶାସନ ଜାରି କଲେ ନିର୍ଦ୍ଦେଶ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଏଣିକି ଅଜାନ ସମୟରେ ବାଜିବନି ହନୁମାନ ଚାଳିସା । ମହାରାଷ୍ଟ୍ରରେ ଦିନକୁ ଦିନ ଲାଉଡସ୍ପିକର ବିବାଦ ବଢ଼ିବାରେ ଲାଗିଛି । ସେପଟେ ବାରମ୍ବାର ଏମଏନଏସ ମୁଖ୍ୟ ରାଜ ଠାକରେ ଲାଉଡସ୍ପିକର ହଟାଇବା ନେଇ ଶାସକ ଦଳକୁ ଚେତାବନୀ ଦେଇ ଆସୁଛନ୍ତି । ଏହା ମଧ୍ୟରେ ନାସିକ ପ୍ରଶାସନ ଲାଉଡସ୍ପିକରକୁ ନେଇ ବଡ଼ ନିଷ୍ପତ୍ତି ନେଇଛନ୍ତି । ତେବେ ଆଜାନ ସମୟରେ ଲାଉଡସ୍ପିକରରେ ବାଜିବନି ହନୁମାନ ଚାଳିଶା । ଆଜାନର ୧୫ ମିନିଟ୍ ପୂର୍ବରୁ ଓ ୧୫ ମିନିଟ୍ ପରେ ହନୁମାନ ଚାଳିଶା ବଜାଇ ହେବନି । ନାସିକ ପ୍ରଶାସନ କହିଛି, ଆଇନ ବ୍ୟବସ୍ଥାକୁ ବଜାୟ ରଖିବା ପାଇଁ ଏପରି ନିଷ୍ପତ୍ତି ନିଆଯାଇଛି । ନାସିକ ପୋଲିସ କମିଶନ୍ର ଦୀପକ ପାଣ୍ଡେ କହିଛନ୍ତି, ହନୁମାନ ଚାଳିସା କିମ୍ବା ଭଜନ ବଜାଇବା ପାଇଁ ଅନୁମତି ନେବାକୁ ହେବ । ଅଜାନ ପୂର୍ବରୁ ଓ ପରେ ୧୫ ମିନିଟ ଭିତରେ ଏହାର ଅନୁମତି ମିଳିବନି । ମସଜିଦ୍ର ୧୦୦ ମିଟର ପରିସରରେ ଏହାର ଅନୁମତି ଦିଆଯାଇ ନାହିଁ ।

ଏହି ନିର୍ଦ୍ଦେଶର ଉଦେଶ୍ୟ ହେଉଛି ଆଇନ ବ୍ୟବସ୍ଥାକୁ ବଜାୟ ରଖିବା । ଦୀପକ ପାଣ୍ଡେ ଆହୁରି କହିଛନ୍ତି ଯେ, ମଇ ୩ ତାରିଖ ଅର୍ଥାତ୍ ଇଦ୍ ପର‌୍ୟ୍ୟନ୍ତ ସମସ୍ତ ଧାର୍ମିକ ସ୍ଥାନଗୁଡ଼ିକ ଲାଉଡ ସ୍ପିକର ବ୍ୟବହାର ପାଇଁ ଅନୁମତି ନେବାକୁ ପଡ଼ିବ । ଯଦି ମଇ ୩ ପରେ କେହି ବି ନିଯମ ଉଲ୍ଲଙ୍ଘନ କରୁଥିବା ନଜର ଆସିବେ ତେବେ ସେମାନଙ୍କ ବିରୋଧରେ କାର‌୍ୟ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି । ସେପଟେ ମେ ୩ ତାରିଖ ପରେ ମସଜିଦରୁ ଲାଉଡସ୍ପିକର ହଟାନଗଲେ ସାରା ଭାରତରେ ଥିବା ସମସ୍ତ ମସଜିଦ ସମ୍ମୁଖରେ ହନୁମାନ ଚାଳିସା ବଜାଇବାର ଧମକ ଦେଇଛି ଏମଏନଏସ । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

Related Posts