ବାଲିଅନ୍ତା ହତ୍ୟାକାଣ୍ଡର ହତ୍ୟାକାରୀ ଚିହ୍ନଟ

ସତ୍ୟପାଠ ବ୍ୟୁରୋ : ଭୁବନେଶ୍ୱର ବାଲିଅନ୍ତା ହତ୍ୟାକାଣ୍ଡର ହତ୍ୟାକାରୀ ଚିହ୍ନଟ ହୋଇଛି । ଗଣମାଧ୍ୟମରେ ପ୍ରସାରିତ ମୋବାଇଲ ଭିଡିଓକୁ ଦେଖି ହତ୍ୟାକାରୀର ପରିଚୟ ମିଳିଛି । ମୃତକ ପ୍ରିତମ ରାଉତରାୟର ବଡଭାଇ ମାମୁନ ହିଁ ଅଭିଯୁକ୍ତ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି ।

ଗତକାଲି ଦିପହରେ ଲକ୍ଷ୍ମୀସାଗର ଶବରସାହିର ପ୍ରିତମକୁ ଅତି ନିର୍ମମ ଭାବେ ହତ୍ୟାକରୀ ମାମୁନ ଗୋଡାଇ ଗୋଡାଇ ହାଣିଥିଲା । ପରେ ରକ୍ତାକ୍ତ ଅବସ୍ଥାରେ ଛାଡି ଚାଲିଯାଇଥିଲା । ତେବେ ହତ୍ୟା କରି ସାରି ରକ୍ତଭିଜା କଟୁରୀ ଧରି ମାମୁନ ଫେରୁଥିବା ବେଳେ କେହି ଜଣେ ସେହିଦୃଶ୍ୟକୁ ମୋବାଇଲରେ ରେକର୍ଡ କରିଥିଲା ।

Related Posts