କାନ୍ଥ ଭୁଷୁଡି ୪ ମୃତ, ୧୨ରୁ ଅଧିକ ଆହତ

ସତ୍ୟପାଠ ବ୍ୟୁରୋ : ଢ଼େଙ୍କାନାଳରେ ରାଇସମିଳ କାନ୍ଥ ଭୁଷୁଡି ୪ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ଜଣ ପାଖାପାଖି ଆହତ ହୋଇଛନ୍ତି । ସମସ୍ତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତୀ କରାଯାଇଛି । ଟାଉନ ଥାନା ଷ୍ଟେସନ ବଜାର ସ୍ଥିତ ଅଳସୁଆ ହାଟରେ ଏଭଳି ଅଘଟଣ ଘଟିଥିବା ସୂଚନା ମିଳିଛି ।

ତେବେ ସମସ୍ତ ମୃତାହତ ପରିବା ବ୍ୟବସାୟୀ ବୋଲି ଜଣାପଡିଛି । ସାପ୍ତାହିକ ହାଟ ଚାଲୁଥିବା ବେଳେ ପରିତ୍ୟକ୍ତ କାନ୍ଥ ଭୁଷୁଡି ଏଭଳି ଅଘଟଣ ଘଟିଥିବା କୁହାଯାଉଛି । ଓଡ୍ରାଫ୍ ଟିମ ଓ ଅଗ୍ନିଶମ ବାହିନୀ ଉଦ୍ଧାର କାର୍ଯ୍ୟ ଜାରୀ ରଖିଛନ୍ତି । କାନ୍ଥ ତଳେ କିଛି ଲୋକ ଫସି ରହିଥିବା ଅନୁମାନ କରାଯାଉଛି ।

Related Posts