ବିରାଟଙ୍କ ବିରଳ ଇତିହାସ

ସତ୍ୟପାଠ ବ୍ୟୁରୋ : ଆଇସିସିର ସବୁ ବିଭାଗର ଶ୍ରେଷ୍ଠ ସମ୍ମାନ ଗୁଡିକୁ ହାତେଇ ନେଇଛନ୍ତି ଭାରତୀୟ କ୍ରିକେଟ ଟିମ ଅଧିନାୟକ ବିରାଟ କୋହଲୀ । ବର୍ଷର ଶ୍ରେଷ୍ଠ ଦିନିକିଆ କ୍ରିକେଟର ଭାବେ ସେ ହ୍ୟାଟ୍ରିକ ହାସଲ କରିଥିବା ବେଳେ ୨୦୧୭-୧୮ବର୍ଷ ପାଇଁ ଶ୍ରେଷ୍ଠ କ୍ରିକେଟର ଓ ୨୦୧୮ ବର୍ଷର ଶ୍ରେଷ୍ଠ କ୍ରିକେଟର ସମ୍ମାନ ପାଇବାକୁ ହକଦାର ହୋଇଛନ୍ତି କୋହଲୀ ।

୨୦୧୮ବର୍ଷରେ ବିରାଟ ମୋଟ ୧୩ଟି ଟେଷ୍ଟ ମ୍ୟାଚ ଖେଳି ୧୩୨୨ ରନ କରିଥିଲେ । ଏଥିରେ ତାଙ୍କର ଆଭରେଜ୍ ଥିଲା ୫୫.୦୮ । ସେହିଭଳି ୧୪ଟି ଦିନିକିଆରେ ସେ ୧୨୦୨ ରନ କରିଥିବା ବେଳେ ଆଭରେଜ ଥିଲା ୧୩୩.୫୫ । ଟେଷ୍ଟରେ ୫ଟି ଶତକ ସାମିଲ ଥିବା ବେଳେ ଦିନିକିଆରେ ୬ଟି ଶତକ ହାସଲ କରିଥିଲେ କୋହଲୀ ।

Related Posts