ଭୁବନେଶ୍ୱର: ଦଳିତ ଯୁବକଙ୍କୁ ମାଡ଼ ମାରି ଏବେ ଅଡୁଆରେ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ପୋଲିସ । ମାଡ଼ ମାରିବା ପ୍ରତିବାଦରେ ଭୁବନେଶ୍ୱର ଡିସିପିଙ୍କ ନିକଟରେ ଅଭିଯୋଗ କରିଛି ଦଳିତ ସମାଜ ।
ସେହିପରି ମାଡ ମାରିଥିବା ଥାନା ଅଧିକାରୀ କୃପାସିନ୍ଧୁ ବରାଡ଼ ନିଜ ନାଁରେ ବାଲିପାଟଣା ଥାନାରେ ମାମଲା ରୁଜୁ କରିଛନ୍ତି । ଏହା ସହିତ ଥାନାର ଏସଆଇ ଓ ଅନ୍ୟ ପୋଲିସ କନଷ୍ଟେବଲ ମଧ୍ୟ ମାଡ ମାରିଥିବା ଅଭିଯୋଗ ହୋଇଛି ।
ପୋଲିସ ମାଡ଼ରେ ଦଳିତ ଯୁବକଙ୍କ ଗୋଡ ଓ ଦାନ୍ତ ଭାଙ୍ଗିଥିବା ଅଭିଯୋଗ ହୋଇଛି । ଗାଁରେ ମେଲୋଡି ଚାଲିଥିବା ବେଳେ ଯୁବକଙ୍କୁ ପୋଲିସ ଉଠାଇ ଆଣି ମାଡ଼ ମରିଥିବା ଅଭିଯୋଗ ହୋଇଛି ।
