ମହାକାଳପଡା : ଭାସିଗଲା ବାଉଁଶ ପୋଲ, ୩ଟି ପଞ୍ଚାୟତକୁ ଯାତାୟତ ବନ୍ଦ

ସତ୍ୟପାଠ ବ୍ୟୁରୋ : କେନ୍ଦ୍ରାପଡା ମହାକାଳପଡା ବ୍ଲକ ଗୋବରୀ ନଦୀ ଉପରେ ମିଲନମୋଡ ଠାରେ ଥିବା ବାଉଁଶ ପୋଲ ଭାସି ଯାଇଛି । ଫଳରେ ତିନିଟି ପଂଚାୟତକୁ ଯାତାୟତ ଠପ୍ ହୋଇଯାଇଛି । ବଡଦାଣ୍ଡୁଆ ପଂଚାୟତରୁ ଯାତାୟତ ସୁବିଧା ପାଇଁ ଏହି ବାଉଁଶ ପୋଲ ନିର୍ମାଣ ହୋଇଥିଲା ।

ନଦୀରେ ଜୁଆର ଆସିବା ଫଳରେ ପୋଲଟି ଭାସିଯାଇଛି । ଏହି ବାଉଁଶ ପୋଲ ଉପରେ ମହାକାଳପଡା ବ୍ଲକର କଂସାର ବଡଦାଣ୍ଡୁଆ, ବଡଢ଼ି, ସୁନିତି ପ୍ରଭୃତି ପଂଚାୟତର ଲୋକେ ନିର୍ଭର କରନ୍ତି । ଏହି ପୋଲ ଦେଇ ସାଇକେଲ ଓ ମୋଟର ସାଇକେଲ ସହଜରେ ଯା’ଆସ କରି ପାରୁଥିଲେ ।

ତେବେ ଏଠାରେ ସ୍ଥାୟୀ ସେତୁ ପାଇଁ ବାରମ୍ବାର ଦାବୀ ପରେ ୨୦୧୪ରେ ବ୍ରିଜ୍ ନିର୍ମାଣ ପାଇଁ ଶୁଭ ଦିଆଯାଇଛି । କାମ ୨ବର୍ଷରେ ସରିବା କଥା ହେଲେ ଏବେ ବି ଅଧାପନ୍ତରିଆ ହୋଇ ପଡି ରହିଛି ।

Related Posts