ନୂଆ ବର୍ଷ ମଉଜ ଆଳ: ଭୁବନେଶ୍ବରରେ ଖୁନ୍ଦି ହେଲେଣି ବିଦେଶୀ ଦେହଜୀବୀ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର: ରାଜଧାନୀରେ ବାଲାଂଦେଶୀ ଦେହଜୀବୀଙ୍କ ଭିଡ଼ ।  ଫେକ୍ ଆଧାରକାର୍ଡ ବଳରେ ଚାଲିଛି ଖୋଲାଖୋଲି ଦେହ ବ୍ୟବସାୟ । ପିପିଲି ଅଞ୍ଚଳରେ ତିଆରି ହେଉଛି ସେମାନଙ୍କ ପାଇଁ ଜାଲ୍‌ ଆଧାର କାର୍ଡ । ଚାକିରି ପ୍ରତିଶ୍ରୁତି ଦେଇ ବାଂଲାଦେଶରୁ ଯୁବତୀଙ୍କୁ ଅଣାଯାଉଛି ଭୁବନେଶ୍ବର ।  ସେମାନଙ୍କ ନାମ ଗୋପନ ରଖାଯାଇ ଦେହ ବ୍ୟବସାୟରେ ଲଗାଉଛନ୍ତି ଦଲାଲ ।

ଜିରୋ ନାଇଟ୍ ସେଲିବ୍ରେଶନ ପାଇଁ ଭୁବନେଶ୍ବରରେ ଏବେ ୨୫ରୁ ଅଧିକ ବାଲାଂଦେଶୀ ଯୁବତୀ  । ଛଦ୍ମ ନାମରେ ବୁକ୍ ହେଉଛି ହୋଟେଲ ଏବଂ ଗେଷ୍ଟ ହାଉସ । ପାଖରେ ଆଧାର କାର୍ଡ ଥିବାରୁ ଅତି ସହଜରେ ବୁକ୍ ହେଉଛି ସେମାନଙ୍କ ପାଇଁ ହୋଟେଲ ଏବଂ ଗେଷ୍ଟ ହାଉସ । ଆସୁଛନ୍ତି ହାଇପ୍ରୋଫାଇଲ୍ ଗ୍ରାହକ ।  ଦେହ ବ୍ୟବସାୟରୁ ରୋଜଗାର ହେଉଛି ଲକ୍ଷ ଲକ୍ଷ ଟଙ୍କା ।  । ବଡ ଭାଗ ଯାଉଛି ଦଲାଲଙ୍କ ପାଖକୁ । ଯୁବତୀମାନଙ୍କ ଆଧାର କାର୍ଡ ଥିବାରୁ ଅନେକ ସମୟରେ ପୋଲିସ ବି ଖାଇ ଯାଉଛି ଚକମା ।

ଭାରତ-ବାଂଲାଦେଶ ବର୍ଡର ଦେଇ ଭୁବନେଶ୍ବର ଆସୁଛନ୍ତି ରୂପଜୀବୀ । ଏଠାରେ ତିଆରି ହେଉଛି ସେମାନଙ୍କ ପାଇଁ ଫେକ୍ ଆଧାରକାର୍ଡ । ପିପିଲି ଅଞ୍ଚଳର ଜଣେ ଦଲାଲଙ୍କ ସଂପର୍କୀୟ ସାଜିଛନ୍ତି ଏ କାରବାରର କାର୍ପଟଦାର । ଯୁବତୀଙ୍କ ଫଟୋ ବ୍ୟବହାର କରାଯାଉଛି । ହେଲେ ବାଂଲାଦେଶ ସ୍ଥାନରେ ଠିକଣା ରହୁଛି ପଶ୍ଚିମବଙ୍ଗର  । କିଛି ସ୍ଥାନରେ ପୋଲିସ ରେଡ୍ କରି ଯୁବତୀଙ୍କୁ ଉଦ୍ଧାର କରୁଛି, ସେମାନଙ୍କ ନିକଟରୁ ଆଧାର କାର୍ଡ ବି ଜବତ କରାଯାଉଛି । ହେଲେ ଆଧାର କାର୍ଡର କେତେ ସତ୍ୟତା ତାହା ଯାଞ୍ଚ ହେଉନି । ଯାହାର ଫାଇଦା ଉଠାଉଛନ୍ତି ଦେହ ଦଲାଲ ।

Related Posts