କରୋନା ପାଇଁ କମିବ ବ୍ୟାଙ୍କ କାରବାର ସମୟ

indian bank association

(ସତ୍ୟପାଠ ବ୍ୟୁରୋ)ଭୁବନେଶ୍ୱର: ଦିନକୁ ଦିନ ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ବ୍ୟାଙ୍କ କାରବାର ସମୟକୁ କମ କରି ଦିଆଯାଇଛି । ଏନେଇ ଇଣ୍ଡିଆନ ବ୍ୟାଙ୍କ ଆସୋସିଏସନ ସ୍ପଷ୍ଟ କରିଛି । ଏହା ସହ ବ୍ୟାଙ୍କ କର୍ମଚାରୀଙ୍କ ପାଇଁ ମଧ୍ୟ ଏସଓପି ଜାରି କରାଯାଇଛି । ତେବେ ବ୍ୟାଙ୍କ ଗୁଡିକ କେବଳ ଟଙ୍କା ଉଠାଣ, ଜମା ଗ୍ରହଣ, ଅର୍ଥ ପ୍ରେରଣ ଓ ସରକାରୀ ବ୍ୟବସାୟ ଭଳି ୪ଟି ମୌଳିକ ସେବା ଯୋଗାଇ ଦେବେ । ବ୍ୟାଙ୍କ ଗୁଡିକ ୧୦ ଟାରୁ ଅପରାହ୍ନ ୨ ଟା ପର୍ଯ୍ୟନ୍ତ ଖୋଲାଯିବ ବୋଲି ଇଣ୍ଡିଆନ ବ୍ୟାଙ୍କ ଆସୋସିଏସନ ସୂଚନା ଦେଇଛି । ଅନ୍ୟପଟେ ପ୍ରତ୍ୟେକ ରାଜ୍ୟର କୋଭିଡ ପରିସ୍ଥିତି ଭିନ୍ନ ହୋଇଥିବାରୁ ଏନେଇ ରାଜ୍ୟ ପାଇଁ ଗଠନ ହୋଇଥିବା ରାଜ୍ୟ ସ୍ତରୀୟ ବ୍ୟାଙ୍କ କମିଟି ନିଜ ରାଜ୍ୟର ଆବଶ୍ୟକତାକୁ ଦେଖି ଏସଓପିରେ ପରିବର୍ତ୍ତନ କରିପାରିବେ ବୋଲି ଇଣ୍ଡିଆନ ବ୍ୟାଙ୍କ ଆସୋସିଏସନ ସ୍ପଷ୍ଟ କରିଛି ।

Related Posts