ଭୁବନେଶ୍ୱରରେ ୬ ଲେନ୍ ରିଂ ରୋଡକୁ ଅନୁମତି

(ସତ୍ୟପାଠ ବ୍ୟୁରୋ)ଭୁବନେଶ୍ୱର ;ଓଡିଶାର ରାଜଧାନୀରେ ତିଆରି ହେବ ରିଂ ରୋଡ । ଜାତୀୟ ରାଜପଥ ୧୬ର ରାମେଶ୍ୱର ନିକଟରୁ ବାହାରି ଜାତୀୟ ରାଜପଥ ୫୫ର ଗୋବିନ୍ଦପୁର ବାଟଦେଇ ଟାଙ୍ଗି ନିକଟରେ ପୁଣିଥରେ ଜାତୀୟ ରାଜପଥ ୧୬କୁ ଛୁଁଇବ । ୬ଲେନ ବିଶିଷ୍ଟ ଏହି ରିଂ ରୋଡ ପକଳ୍ପକୁ ରାଜ୍ୟ ସରକାର ମଞ୍ଜୁର କରିଛନ୍ତି । ଖୋର୍ଦ୍ଦା-ଭୁବନେଶ୍ୱର-ଆଠଗଡ-କଟକ-ଚୌଦାରକୁ ଏହି ରିଂ ରୋଡ ସଂଯୋଗ କରିବ । ୧୧୨.୨କି.ମି ଦୀର୍ଘ ରିଂ ରୋଡ କାର୍ଯ୍ୟ ଆସନ୍ତା ୩୦ ମାସ ମଧ୍ୟରେ ଶେଷ କରିବାକୁ ଲକ୍ଷ ରଖାଯାଇଛି । ଏହାସହିତ ଜମି ଅଧିଗ୍ରହଣ ଲାଗି ୬୦୦ କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି । ଜମି ଅଧିଗ୍ରହଣ ସମୟରେ କିଛି ପରିମାଣରେ ଜଙ୍ଗଲ,ସବୁଜ ବଳୟ ଏବଂ ଗ୍ରାମ ଗୁଡିକ ପ୍ରଭାବିତ ହେବ । ଏହି ରିଂ ରେଡ ଦ୍ୱାରା ଜାତୀୟ ରାଜପଥ ୧୬ଉପରୁ ଟ୍ରାଫିକ ଭିଡ ହ୍ରାସ ପାଇବା । ଏହି ପ୍ରକଳ୍ପ ଭୁବନେଶ୍ୱର ଚତୁପାଶ୍ୱର୍ରେ କରାଯିବ । ଏନେଇ ଟୁଇଟ କରି ସୂଚନା ଦେଇଛନ୍ତି ପୂର୍ତ୍ତ ବିଭାଗ ।

Related Posts