
ସତ୍ୟପାଠ ବ୍ୟୁରୋ: ବିଭିନ୍ନ ପ୍ରସଙ୍ଗରେ ଆଜି ରାଜ୍ୟ ସରକାରଙ୍କୁ ସମାଲୋଚନା କରି ପୁଣି କାଠଗଡାକୁ ଟାଣିଛି କଂଗ୍ରେସ । ବାଙ୍କୀ ଡବଲ ମର୍ଡର ଘଟଣାରେ ବିଜେଡିର ଲୋକ ସାମିଲ ଅଛନ୍ତି ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଅଭିଯୋଗ ଆଣିବା ସହ ଚଳିତ ବର୍ଷ ରାଜ୍ୟ ବଜେଟ୍ ଅତ୍ୟନ୍ତ ହତାଶଜନକ ବୋଲି ଅଭିଯୋଗ କରିଛି କଂଗ୍ରେସ ।ଏନେଇ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ କହିଛି କି, ବାଙ୍କୀରେ ଜଣେ ସରପଂଚଙ୍କ ସ୍ୱାମୀ ଏବଂ ତାଙ୍କ ସହଯୋଗୀଙ୍କୁ ହତ୍ୟାକରାଯିବା ପଛରେ ବିଜେଡିର କିଛି ଲୋକ ସାମିଲ ଅଛନ୍ତି । ମୁଖ୍ୟମନ୍ତ୍ରୀ ଅହିଂସାର ନାରାଦେଉଥିବା ବେଳେ ତାଙ୍କ ଦଳ ଲୋକ ହିଂସାକୁ ଆପଣେଇଛନ୍ତି। ତେଣୁ ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଯିବା ସହ ଏହି ମାମଲାର ତଦନ୍ତଭାର କ୍ରାଇମବ୍ରାଂଚକୁ ଦେବା ପାଇଁ ଦାବି କରିଛନ୍ତି ନିରଂଜନ । ତେବେ ଯଦି ସରକାର ଏହି ଘଟଣାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନ ନିଅନ୍ତି ତେବେ କଂଗ୍ରେସ ବାଧ୍ୟ ହୋଇ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛନ୍ତି ।