ପଟିଆ ବିଗ୍ ବଜାର ସିଲ୍

ଭୁବନେଶ୍ୱର: ଭୁବନେଶ୍ୱର ପଟିଆରେ ଥିବା ସପିଂ ମଲ୍ ବିଗ୍ ବଜାରକୁ ଆଜି ସିଲ୍ କରାଯାଇଥିବା ଜଣାଯାଇଛି। ପାର୍କିଂ ସମସ୍ୟା, ଅଗ୍ନି ନିରାପତ୍ତା ବ୍ୟବସ୍ଥା ନ ଥିବା ଓ ବିଡିଏ ଗାଇଡଲାଇନର ଉଲ୍ଲଂଘନ କରାଯାଇ ଏହାର ନିର୍ମାଣ କରାଯାଇଥିବାରୁ ଏହି ସପିଂ ମଲକୁ ସିଲ୍ କରାଯାଇଛି । ବିଏମସି ପକ୍ଷରୁ ସକାଳୁ ଏହି ସିଲ୍ ପକ୍ରିୟା ଆରମ୍ଭ ହୋଇଥିଲା । ବିଏମସି କମିସନର୍ ଓ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ସିଲ୍ କାର୍ଯ୍ୟ ଚାଲିଥିଲା ।
ଆଜି ବିଗ୍ ବଜାର ବନ୍ଦ ରହିଥିବା ବେଳେ ଗେଟରେ ତାଲା ଝୁଲୁଥିବାର ଦେଖିବାକୁ ମିଳିଛି । ପରିମଳ, ଅଗ୍ନି ନିର୍ବାପନ ବ୍ୟବସ୍ଥା ଓ ପାର୍କିଂ ସମସ୍ୟାକୁ ନେଇ ବିଏମସି ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବାର ସୂଚନା ମିଳିଛି । ପାର୍କିଂ ପାଇଁ ଜାଗା ନ ଥିବାରୁ ଅନେକ ସମୟ ରାଜଧାନୀର ଅନେକ ରୁଟରେ ଟ୍ରାଫିକ ଜାମ୍ ଲାଗି ରହେ। ପଟିଆ ଅଞ୍ଚଳରେ ବିଗ୍‌ ବଜାର ମଲ୍ ବି ଏଭଳି ଅସୁବିଧା ଲାଗି କେତେକାଂଶରେ ଦାୟୀ ବୋଲି କୁହାଯାଉଛି। ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି ।

Related Posts