ବାରିପଦା ୧୮ ନଂ ଜାତୀୟ ରାଜପଥରେ ଦୁର୍ଘଟଣା: ଅସମ୍ପୂର୍ଣ୍ଣ ଓଭର ବ୍ରିଜରୁ ଖସିପଡିଲା ଟ୍ରକ୍‌, ଡ୍ରାଇଭର ମୃତ

ବାରିପଦା : ବାରିପଦା ଅନ୍ତର୍ଗତ ୧୮ ନଂ ଜାତୀୟ ରାଜାପଥରେ ଘଟିଛି ଦୁର୍ଘଟଣା । ମୟୁରଭଞ୍ଜ କଳା ବାଡିଆ ଠାରେ ଅସମ୍ପୂର୍ଣ୍ଣ ଓଭର ବ୍ରିଜରୁ ଏକ ଟ୍ରକ୍‌ ଖସିପଡ଼ିଛି । ଫଳରେ ଏହି ଦୁର୍ଘଟଣାରେ ଡ୍ରାଇଭରର ମୃତ୍ୟୁ ହୋଇଛି । ସ୍ଥାନୀୟ ଲୋକେ ମନା କରିବା ସତ୍ତ୍ୱେ ଟ୍ରକ ଡ୍ରାଇଭର ଏହି ବ୍ରିଜ୍‌ରେ ଟ୍ରକକୁ ଆଗକୁ ନେଇଥିଲା । ଫଳରେ ଟ୍ରକ୍ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଫଳରେ ଘଟଣା ସ୍ଥଳରେ ଡ୍ରାଇଭର ଙ୍କ ମୃତ୍ୟୁ ଘଟିଛି । ଏନେଇ ପୋଲିସ ଖବର ପାଇବା ପରେ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନାଯୋଗ୍ୟ, ନିର୍ମାଣାଧୀନ ଓଭରବ୍ରିଜ ଚଢିବା ବେଳକୁ ଠିକା ସଂସ୍ଥା କିମ୍ବା ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଦ୍ୱାରା ମଧ୍ୟ କୌଣସି ସାଇନ୍ ବୋର୍ଡ ଲାଗିନଥିବା ଜଣାପଡିଛି ।

Related Posts