ଭିଜିଲାନ୍ସ ଜାଲରେ BDA ଅଧିକାରୀ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର: ଭିଜିଲାନ୍ସ ଜାଲରେ ଭୁବନେଶ୍ୱର ଡେଭଲପମେଣ୍ଟ ଅଥୋରିଟିର ସ୍କେସନ ଅଫିସର । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଆଜି ବିଡିଏର ସେକ୍ସନ ଅଫିସର ବିଭୂତି ଭୂଷଣ ରାୟଙ୍କ ଘର ସମେତ 5ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଛି ଭିଜିଲାନ୍ସ । ଆଜି ଭୋରୁ ଭିଜିଲାନ୍ସର ଏକ ଟିମ ବିଭୂତି ଭୂଷଣ ରାୟଙ୍କ ଭୁବନେଶ୍ୱର ସ୍ଥିତି ଜିଜିପି କଲୋନୀ ବାସଭବନ, ଝାରପଡ଼ା ଓ  ଅଫିସରେ ଚଢାଉ କରିଛି । ଏହା ସହ ବିଭୂତିଙ୍କ ଜଗସଂହପୁରର ପୈତୃକ ଘରେ ମଧ୍ୟ ଚଢାଉ ଜାରି ରହିଛି । ବିଭୂତି ଏବଂ ତାଙ୍କ ପରିବାର ନାଁରେ ଥିବା ବ୍ୟାଙ୍କ ବାଲାନ୍ସ ସହ ବିଭନ୍ନ କାଗଜପତ୍ର ଓ ସୁନା ଅଳଙ୍କାର ଯାଞ୍ଚ କରାଯାଉଛି ।

Related Posts