ଛତିଶଗଡ଼ ସରକାର ବିରୋଧରେ ମାଲକାନଗିରିରେ ଆଦିବାସୀ ମେଳି

ଛତିଶଗଡ଼ ସରକାରଙ୍କ ବିରୋଧରେ ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକରେ ଆଦିବାସୀ ମେଳି ହୋଇଛି । କୋକ୍ରାଲ ନଦୀ ଉପରେ ନିର୍ମାଣ କରାଯାଉଥିବା ଡ୍ୟାମକୁ ବିରୋଧ କରି କମାରପାଲିରେ ଆଦିବାସୀ ମେଳି କରାଯାଇଛି । ଏଥିରେ ସାତଟି ପଞ୍ଚାୟତ ଶତାଧିକ ଲୋକ ସାମିଲ ହୋଇଛନ୍ତି । ମେଳିରେ ଛତିଶଗଡ଼ ସରକାରଙ୍କ ବିରୋଧରେ ନାରାବାଜି ଦେବା ସହିତ ଡ୍ୟାମ୍‌ କାମ ବନ୍ଦ କରିବାକୁ ଦାବି କରାଯାଇଛି ।

ଛତିଶଗଡ଼ କୋକ୍ରାଲ ନଦୀ ଉପରେ ଡ୍ୟାମ୍‌ ନିର୍ମାଣ କରୁଛି । ଏହି ଡ୍ୟାମ ନିର୍ମାଣ ହେଲେ ମାଥିଲି ବ୍ଲକ୍‌ର ୭ଟି ପଞ୍ଚାୟତର ୭୦ଟି ଗାଁ ଜଳମଗ୍ନ ହୋଇଯିବ । କମାରପାଲି, ମହୁପଦର, ସାଲଙ୍ଗି, କିଆଙ୍ଗା, ମେକା ଓ କର୍ତ୍ତାନପାଲି ପଞ୍ଚାୟତର ଚାଷ ଜମି ଜଳମଗ୍ନ ହୋଇଯିବ । ତେଣୁ ଡ୍ୟାମ ନିର୍ମାଣ ପୂର୍ବରୁ କୌଣସି ଜନ ଶୁଣାଣୀ ନ କରିଥିବାରୁ ଅସନ୍ତୋଷ ଦେଖାଦେଇଛି । ଯେଉଁଥିପାଇଁ ଏହି ଆଦିବାସୀ ମେଳି ହୋଇଛି । ଏହାକୁ ଜିଲ୍ଲା ଆଦିବାସୀ ମଞ୍ଚ ମଧ୍ୟ ସମର୍ଥନ କରିଛି ।

Related Posts