ଓଟିଇଟି ପରୀକ୍ଷା ପୂର୍ବରୁ ଭାଇରାଲ ହେଲା ଉତ୍ତର, ସୋସିଆଲ ମିଡିଆରେ ଘୁରି ବୁଲୁଛି ୬ ସେଟ୍ ଉତ୍ତର ପତ୍ର

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାଜ୍ୟବ୍ୟାପୀ ଆଜି ଓଟିଇଟି ପରୀକ୍ଷା ଅନୁଷ୍ଠିତ ହେଉଛି । ତେବେ ଓଟିଇଟି ପରୀକ୍ଷା ଆରମ୍ଭ ହେବା ଆଗରୁ ଉତ୍ତର ପତ୍ର ଭାଇରାଲ ହୋଇଛି । ମାଲକାନଗିରି ଜିଲ୍ଲାରେ ୩ଟି ସେଣ୍ଟରରେ ପରୀକ୍ଷା ହେଉଥିବା ବେଳେ। ଏଠାରୁ ପରୀକ୍ଷା ଆରମ୍ଭ ନହେଉଣୁ ଆନସର ସିଟ୍‌ ଭାଇରାଲ ହୋଇଛି । ସୋସିଆଲ ମିଡିଆରେ ୬ ସେଟ୍ ଉତ୍ତର ପତ୍ର ଘୁରି ବୁଲୁଛି। ଓଟିଇଟି ପରୀକ୍ଷା ପାଇଁ ମୋଟା ଅଙ୍କର ଅର୍ଥ କାରବାର ହୋଇଥିବା ଚର୍ଚ୍ଚା ହେଉଥିବା ବେଳେ, ଭାଇରାଲ୍ ହୋଇଥିବା ଆନସର ସିଟ ଠିକ୍ କି ଭୁଲ ତାହା ସ୍ପଷ୍ଟ ହୋଇନାହିଁ । ଅନ୍ୟପଟେ ମାଲକାନଗିରି ଜିଲ୍ଲା ଶିକ୍ଷାଧିକାରୀ ଅଭିଯୋଗକୁ ଖଣ୍ଡନ କରିଛନ୍ତି ।

ଯଦି ଏପରି କୌଣସି ଘଟଣା ନଜରକୁ ଆସେ ତେବେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲା ଶିକ୍ଷାଧିକାରୀ କହିଛନ୍ତି । ତେବେ ଏହା ପ୍ରଥମ ଥର ନୁହେଁ ଯେବେ ପ୍ରଶ୍ନ ପତ୍ର ବା ଉତ୍ତର ଭାଇରାଲ୍ ହୋଇଛି । ଏହା ପୂର୍ବରୁ ଅନେକ ପ୍ରଶ୍ନପତ୍ର ଭାଇରାଲ୍ ହୋଇଥିଲା । ଅଭିଯୋଗ ପରେ ପୁନଃ ପରୀକ୍ଷା ମଧ୍ୟ ହୋଇଛି । ଯଦି ଓଟିଇଟି ଉତ୍ତରପତ୍ର ଭାଇରାଲ୍ ଖବର ସତ ହୋଇଥାଏ ତେବେ ପୁନଃ ପରୀକ୍ଷା କରାଯିବାର ସମ୍ଭାବନା ରହିଛି । ସବୁଠୁ ବଡ଼ କଥା ହେଉଛି କିଏ ଏହି ଉତ୍ତର ଭାଇରାଲ୍ ପଛରେ ଦାୟୀ । ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବାର ଆବଶ୍ୟକତା ରହିଛି ।

Related Posts