ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ବାଦ ପଡିଲେ ଦୁଇ ଷ୍ଟାର ଖେଳାଳି, ଜାଣନ୍ତୁ କିଏ

ଆସନ୍ତାକାଲି ଠାରୁ ଆରମ୍ଭ ହେବାକୁ ଯାଉଛି ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜ୍‌ | ତେବେ ସିରିଜ ଆରମ୍ଭ ହେବା ପୂର୍ବରୁ ଭାରତୀୟ କ୍ରିକେଟ ଟିମ କୁ ଡବଲ ଝଟକା ଲାଗିଛି | ଦଳର ଦୁଇ ଷ୍ଟାର ଖେଳାଳି ଆହତ ହୋଇଛନ୍ତି | ଫଳରେ ଉଭୟ ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜ୍‌ରୁ ବାଦ ପଡ଼ିଛନ୍ତି । ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜରେ ଦମଦାର ବ୍ୟାଟିଂ କରିଥିବା ସୂର୍ଯ୍ୟ କୁମାର ଯାଦବ ଓ ଦ୍ରୁତ ବୋଲର ଦୀପକ ଚହର |
ଉଭୟ ଆହତ କାରଣରୁ ଶ୍ରୀଲଙ୍କା ବିପକ୍ଷରେ ଖେଳିବେ ନାହିଁ। ଏ ସମ୍ପର୍କରେ ବିସିସିଆଇ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି।

ବିସିସିଆଇ କହିଛି ଯେ ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ରେ ଦୀପକ ଚହର ବୋଲିଂ କରୁଥିଲେ। ଏହି ସମୟରେ ସେ ମାଂସପେଶୀ ଜନିତ ଆହତ ସମସ୍ୟାରେ ପଡ଼ିଥିଲେ। ସେହିପରି ଶେଷ ଟି-୨୦ ମ୍ୟାଚରେ ଫିଲ୍ଡଂ କରିବା ପରେ ସୂର୍ଯ୍ୟ କୁମାର ଯାଦବ ଆହତ ହୋଇଥିଲେ। ଏବେ ଉଭୟ ରିହ୍ୟାବ ପାଇଁ ସିଧା ବେଙ୍ଗାଲୁରୁ ସ୍ଥିତ ନ୍ୟାଶନାଲ କ୍ରିକେଟ ଏକାଡେମୀକୁ ଯିବେ। ସେଠାରୁ ସୁସ୍ଥ ହେବା ପରେ ସେମାନେ ପୁଣି ଜାତୀୟ ଦଳକୁ ଫେରିବେ ବୋଲି ବିସିସିଆଇ କହିଛି।

ତେବେ ଏମାନଙ୍କ ବଦଳି ଖେଳାଳି ଭାବେ ବିସିସିଆଇ କାହା ନାଁ ଘୋଷଣା କରିନାହିଁ।

Related Posts