ଗଜପତି: ରାଜ୍ୟରେ ଲାଗି ରହିଛି ଲାଗାଁ ବର୍ଷା | କିଛି କିଛି ଜିଲ୍ଲାରେ ବର୍ଷାର ପରିମାଣ ଅଧିକ ରହିଛି | ଏହିପରିକି ଲଗାଣ ବର୍ଷା ଯୋଗୁ ଅନେକ ସ୍ଥାନରେ ନଦୀର ଜଳସ୍ତର ବୃଦ୍ଧିପାଇବାରେ ଲାଗିଛି |

ସେପଟେ ବର୍ଷାରେ ବେହାଲ ଗଜପତି ଜିଲ୍ଲା । ଶନିବାର ରାତି ତମାମ ଲଗାଣ ବର୍ଷା ଯୋଗୁଁ ଗୁମା ବ୍ଳକର କିଛି ପାହାଡିଆ ଅଞ୍ଚଳରେ ଭୁସ୍କଳନ ହୋଇଥିବା ଜଣାପଡିଛି ।

ସୂଚନାନୁସାରେ, ବିଳମ୍ବିତ ରାତିରେ କଳକୋଟ ପଞ୍ଚାୟତର ଜାଙ୍ଗିର ତୁଲ ଗ୍ରାମ ପାହାଡରୁ ଝରଣା ପାଣି ଖୁବ ଜୋରରେ ମାଡି ଆସିଥିଲା । ଫଳରେ ଗାଁରେ ପାଣି ପଶି ରାସ୍ତା ଧୋଇ ହୋଇଯିବା ସହ ମାଟି ଅତଡା ଧସିଥିଲା । ଏଥିରେ ଗୋଟିଏ ଘର ଏବଂ ବ୍ୟାପକ ଧାନ ଫସଲ ନଷ୍ଟ ହୋଇଥିବା ସୁଚନା ରହିଛି ।

ବର୍ତ୍ତମାନ ସୁଦ୍ଧା ଅଞ୍ଚଳକୁ ଯୋଗାଯୋଗ ହୋଇ ପାରୁନାହିଁ । ତେବେ କୌଣସି ବଡ ଧରଣର କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି।