ମୁଲାୟମ ସିଂହଙ୍କୁ ଆଇ.ଏସ.ଆଇର ଏଜେଣ୍ଟ କହିଥବା ବ୍ୟକ୍ତିଙ୍କୁ ରାଷ୍ଟ୍ରପତି ନିର୍ବାଚନରେ ସମର୍ଥନ କରୁଛନ୍ତି ଅଖିଳେଶ : ଶିବପାଲ ଯାଦବ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ମୁଲାୟମ ସିଂହଙ୍କୁ ଏକଦା ଆଇ.ଏସ.ଆଇର ଏଜେଣ୍ଟ କହିଥବା ବ୍ୟକ୍ତିଙ୍କୁ ରାଷ୍ଟ୍ରପତି ନିର୍ବାଚନରେ ସମର୍ଥନ କରୁଛନ୍ତି ଅଖିଳେଶ, କିଛି ଏପରି କହିଛନ୍ତି ତାଙ୍କ ଦାଦା ଶିବପାଲ ଯାଦବ। ଆଗାମୀ ରାଷ୍ଟ୍ରପତି ନିର୍ବାଚନରେ ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟି ମିଳିତ ବିରୋଧୀ ଦଳର ପ୍ରାର୍ଥୀ ଯଶୋବନ୍ତ ସିହ୍ନାଙ୍କୁ ସମର୍ଥନ କରୁଛନ୍ତି। ଏହି ସମର୍ଥନ ଉପରେ ଆଉ ଥରେ ବିଚାର କରିବାକୁ ଅଖିଳେଶଙ୍କୁ ଚିଠି ଲେଖି କହିଛନ୍ତି ପ୍ରଗତିଶୀଳ ସମାଜବାଦୀ ପାର୍ଟି ମୁଖ୍ୟ ଶିବପାଲ୍ ଯାଦବ ।ଶିବପାଲ୍ ଏକ ଚିଠି ଲେଖି ଅଖିଳେଶ ଙ୍କୁ ନିଜ ନିଷ୍ପତ୍ତିର ପୁନର୍ବିଚାର କରିବାକୁ କହିଛନ୍ତି।

ସେ ଚିଠିରେ ଲେଖିଛନ୍ତି ଯେ ଆପଣ ରାଷ୍ଟ୍ରପତି ନିର୍ବାଚନରେ ଯେଉଁ ପ୍ରାର୍ଥୀଙ୍କୁ ସମର୍ଥନ ଦେଉଛନ୍ତି ସେ ଆମ ସମସ୍ତଙ୍କ ପ୍ରିୟ ତଥା ଆମ ଅଭିଭାବକ ମାନନୀୟ ମୁଲାୟମ ସିଂହଙ୍କୁ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଆଇ.ଏସ.ଆଇର ଏଜେଣ୍ଟ ବୋଲି କହିଥିଲେ। ମୁଲାୟମ ଯେତେବେଳେ କେନ୍ଦ୍ରରେ ରକ୍ଷା ମନ୍ତ୍ରୀ ଥିଲେ ସେତେବେଳେ ଯଶୋବନ୍ତ ତାଙ୍କୁ ଆଇ.ଏସ.ଆଇର ଏଜେଣ୍ଟ କହିଥବା ମାନେ ପକାଇ ଦେଇଛନ୍ତି ଶିବପାଲ୍। ଆପଣ ଓ ସମାଜବାଦୀ ପାର୍ଟିର କର୍ମକର୍ତ୍ତା ମାନେ କିପରି ଆଦରଣୀୟ ନେତାଜୀଙ୍କ ପ୍ରତି ହୋଇଥିବା ଏହି ଅପମାନ କୁ ଭୁଲି ଯାଇ ତାଙ୍କୁ ସମର୍ଥନ ଦେଉଛନ୍ତି ବୋଲି ଶିବପାଲ୍ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ସମାଜବାଦୀ ପାର୍ଟିକୁ ସମାଜବାଦୀ ବିଚାରଧାରା ର ଜଣେ ଯୋଗ୍ୟ ରାଷ୍ଟ୍ରପତି ପ୍ରାର୍ଥୀ ନମିଳିବା ତାଙ୍କୁ କଷ୍ଟ ଦେଇଛି। ଚିଠି ଶେଷରେ ସମାଜବାଦୀ ପାର୍ଟି ଯଶୋବନ୍ତ ସିହ୍ନା ଙ୍କୁ ରାଷ୍ଟ୍ରପତି ନିର୍ବାଚନରେ ସମର୍ଥନ କରିବା ଉପରେ ପୁନର୍ବିଚାର କରିବାକୁ ଶିବପାଲ୍ ଅନୁରୋଧ କରିଛନ୍ତି।

ସୂଚନା ଅନୁସାରେ ଆଗାମୀ ୧୮ତାରିଖ ରେ ଅନୁଷ୍ଠିତ ହେବାକୁଥିବା ରାଷ୍ଟ୍ରପତି ନିର୍ବାଚନରେ ସମାଜବାଦୀ ପାର୍ଟି ମିଳିତ ବିରୋଧୀ ଦଳର ପ୍ରାର୍ଥୀ ଯଶୋବନ୍ତ ସିହ୍ନା ଙ୍କୁ ସମର୍ଥନ କରୁଛି। ସେପଟେ ଶିବପାଲ୍ ପ୍ରଗତିଶୀଳ ସମାଜବାଦୀ ପାର୍ଟି ବିଜେପିର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଙ୍କୁ ସମର୍ଥନ ଘୋଷଣା କରିଛି।

Related Posts