ଗଞ୍ଜାମ ଜିଲ୍ଲାପାଳଙ୍କ ଫୋଟୋ ଭାଇରାଲ: କୋଭିଡ ସତ୍ତ୍ୱେ ହସ୍ପିଟାଲ ବେଡ୍‌ରେ ଚାଲିଛି ପରୀକ୍ଷା ପାଇଁ ପ୍ରସ୍ତୁତି

student

(ସତ୍ୟପାଠ ବ୍ୟୁରୋ)ଭୁବନେଶ୍ୱର: ସାରା ଦେଶ କୋଭିଡ ମହାମାରୀ ସହ ଲଢୁଛି । ଦେଶରେ ପ୍ରତ୍ୟେକ ଦିନ ହଜାର ହଜାର ସଂଖ୍ୟାରେ ଲୋକ କରୋନାରେ ସଂକ୍ରମିତ ହେଉଛନ୍ତି । ଏପରିସ୍ଥଳେ ଜଣେ କୋଭିଡ ରୋଗୀ ହସ୍ପିଟାଲରେ ଭର୍ତ୍ତି ଥାଇ ମଧ୍ୟ CA ବା ଚାଟାର୍ଡ ଆକାଉଣ୍ଟ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିବାର ଚିତ୍ର ସାମ୍ନାକୁ ଆସିଛି । ତେବେ ହସ୍ପିଟାଲରେ ଭର୍ତ୍ତି ହେବା ପରେ ଭୟବୀତ ନ ହୋଇ ନିଜ ଲକ୍ଷ୍ୟକୁ ହାସଲ କରିବା ପାଇଁ ଚେଷ୍ଟା ଜାରୀ କରିଥିଲେ । ଏହାର ଚିତ୍ର ଉଠାଇ ଟ୍ୱିଟରେ ସେୟାର କରିଥିଲେ ଆଇଏଏସ ଅଧିକାରୀ ବିଜୟ କୁଲାଙ୍ଗେ । ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଏହି ଚିତ୍ରରେ ସଂକ୍ରମିତ ଜଣଙ୍କ CA ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିବାର ଏବଂ ଶର୍ଯ୍ୟାରେ ବହି ଓ କାଲକୁଲେଟର ରହିଥିବାର ଦେଖିବା ପାଇଁ ମିଳିଛି । ତେବେ ଗଞ୍ଜାମ ଜିଲ୍ଲା ମାଜିଷ୍ଟ୍ରେଟ ତଥା କଲେକ୍ଟର ବିଜୟ କୁଲାଙ୍ଗେ ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ହସ୍ପିଟାଲ ପରିଦର୍ଶନ ସମୟରେ ଏହି ଚିତ୍ରଟିକୁ ଉଠାଇଥିଲେ । ରୋଗୀଙ୍କ ଫୋଟ ଟ୍ୱିଟରେ ସେୟାର କରିବା ସହ ରୋଗୀଙ୍କ ଉତ୍ସର୍ଗକୁ ଭୁୟସୀ ପ୍ରଶଂସା କରିଥିଲେ । ବାସ୍ତବରେ ସାରା ଦେଶରେ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ସଂକ୍ରମିତ ରୋଗୀ ଜଣଙ୍କ ଅନ୍ୟ କୈଣସି କଥାକୁ ଲକ୍ଷ୍ୟ ନ କରି ସାହସର ସହ ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ ଚେଷ୍ଟା କରୁଛି । ଏହି ଚିତ୍ରଟି ସାମ୍ନାକୁ ଆସିବା ପରେ ସାରା ଦେଶରୁ ସଂକ୍ରମିତଙ୍କ ପାଇଁ ଶୁଭେଚ୍ଛା ବାର୍ତ୍ତା ସହ ତାଙ୍କର ସାହସୀକତାକୁ ପ୍ରଶଂସା କରୁଥିବାର ଦେଖିବା ପାଇଁ ମିଳିଛି ।

Related Posts