ଦ୍ବିତୀୟ ବିବାହ କରୁଥିଲେ ସାବଧାନ: ସରକାରୀ ଅନୁମତି ବିନା କରିହେବନାହିଁ ଦ୍ବିତୀୟ ବିବାହ

ନୂଆଦିଲ୍ଲୀ : ଦେଶ ତଥା ରାଜ୍ୟରେ ଦ୍ବିତୀୟ ବିବାହ କରିବା ଯେପରି ଏକ ସାଧାରଣ କଥା ହେଇଗଲାଣି । କିଛି ଲୋକ ନିଜ ସଉକୁ ପାଇଁ ତ କିଛି ଲୋକ ବାଧ୍ୟବାଧକତାରେ ଦ୍ୱିତୀୟ ବିବାହ କରିଥାନ୍ତି । ତେବେ ବିହାରର ନିତୀଶ ସରକାର ଦ୍ୱିତୀୟ ବିବାହ କୁ ନେଇ କଟା ନୀତି ନିୟମ ଲାଗୁ କରିଛନ୍ତି । ବିହାର ସରକାରଙ୍କ ନିର୍ଦ୍ଦେଶ ମୁତାବକ ଦ୍ୱିତୀୟ ବିବାହ କରିବା ପୂର୍ବରୁ ସରକାରୀ ଅନୁମତି ନେବାକୁ ବାଧ୍ୟ କରାଯାଇଛି ।

ଯଦି ସରକାରଙ୍କ ବିନା ଅନୁମତିରେ କେହି ଦ୍ୱିତୀୟ ବିବାହ କରନ୍ତି ସେହି ବିବାହକୁ ସରକାର ଗ୍ରହଣ କରିବେ ନାହିଁ ।

ସୂଚନା ମୁତାବକ ବିହାର ନିତୀଶ ସରକାର ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଏହି ନିର୍ଦ୍ଦେଶନାମା ମୁତାବକ ରାଜ୍ୟର ଯେ କୌଣସି ସରକାରୀ କର୍ମଚାରୀ ଦ୍ୱିତୀୟ ବିବାହ କରିବାକୁ ଚାହୁଁଥିଲେ ପ୍ରଥମେ ସରକାରଙ୍କ ଅନୁମତି ନେବାକୁ ପଡିବ । ଯଦି ବି ଏହି ବାହାଘରକୁ ପର୍ସନାଲ ଲ ଅନୁମତି ଦିଏ ତଥାପି ସରକାରଙ୍କ ଅନୁମତି ଅର୍ନିବାଯ୍ୟ ବୋଲି ଏହି ନିର୍ଦ୍ଦେଶନାମାରେ କୁହାଯାଇଛି । ଏହାସହ କୁହାଯାଇଛି କି ରାଜ୍ୟର ଯଦି କୌଣସି ସରକାରୀ କର୍ମଚାରୀ ସରକାରଙ୍କ ବିନା ଅନୁମତିରେ ଦ୍ୱିତୀୟ ବିବାହ କରନ୍ତି ତେବେ ଦ୍ୱିତୀୟ ପତ୍ନୀଙ୍କ ଠାରୁ ଜନ୍ମିତ ପିଲାମାନେ ସରକାରୀ ସୁବିଧା ସୁଯୋଗରୁ ବଞ୍ଚିତ ହେବେ ।

ନିତୀଶ ସରକାର କହିଛନ୍ତି କି ଯଦି ଚାକିରି କାଳ ମଧ୍ୟରେ ସ୍ୱାମୀଙ୍କର ମୃତ୍ୟୁ ହୋଇଯାଏ ତେବେ ଦ୍ୱିତୀୟ ପତ୍ନୀ କିମ୍ବା ତାଙ୍କର ପିଲାମାନଙ୍କୁ ଅନୁକମ୍ପାମୂଳକ ଚାକିରି ମିଳିବ ନାହିଁ । ହେଲେ ଏସବୁ କ୍ଷେତ୍ରରେ ସରକାର ପ୍ରଥମ ପତ୍ନୀ କିମ୍ବା ତାଙ୍କ ପିଲାମାନଙ୍କୁ ଅଗ୍ରାଧିକାର ଦେବେ । ଏନେଇ ସରକାରଙ୍କ ତରଫରୁ ସମସ୍ତ ବିଭଗ, ଡିଜିପି ଓ ମଣ୍ଡଳ ଆୟୁକ୍ତ ଓ ସବୁ ଜିଲ୍ଲା ଅଧିକାରୀଙ୍କୁ ନୋଟିସ ଜାରି କରାଯାଇଛି ।

Related Posts