ଲିଟର ୪ ଟଙ୍କା ଦରରେ ଗାଈ ମୂତ୍ର କିଣିବେ ଛତିଶଗଡ ସରକାର

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଛତିଶଗଡ଼ ସରକାର ଖୁବ୍ ଶୀଘ୍ର ଗୋମୁତ୍ର କୁ ୪ଟଙ୍କା ପ୍ରତି ଲିଟର କିଣିବାକୁ ଯୋଜନା କରୁଛନ୍ତି। ତେବେ ଛତିଶଗଡ଼ ସରକାର ଗୋପାଳନକୁ ପ୍ରୋତ୍ସାହନ ଦେବାପାଇଁ ଆଗରୁ ଗୋପାଳକଙ୍କ ଠାରୁ ଗୋବର ମଧ୍ୟ କିଣୁଛନ୍ତି। ଗୋବର ପରେ ଗୋମୁତ୍ରକୁ କିଣିବାକୁ ବର୍ତ୍ତମାନ ସରକାର ଯୋଜନା କରୁଥିବା ସୂଚନା ମିଳିଛି।ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଙ୍କ ପରାମର୍ଶ ଦାତା ପ୍ରଦୀପ ଶର୍ମା କହିଛନ୍ତି ” କମିଟି ଖୁବ୍ ଶୀଘ୍ର ଗୋମୂତ୍ର କୁ ୪ ଟଙ୍କା ପ୍ରତି ଲିଟର କିଣିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ପ୍ରସ୍ତାବ ରଖିବ। ଏହାପରେ ମୁଖ୍ୟମନ୍ତ୍ରୀ ଏହି ପ୍ରସ୍ତାବକୁ ଅନୁମୋଦନ ଦେବେ।”ଏହି ଗୋମୂତ୍ରକୁ ଗୋଉଠାନ ମାନେ ଗୋପାଳକ ମାନଙ୍କ ଠାରୁ କିଣିବେ ଓ ଗୋପାଳକ ମାନଙ୍କୁ ତୁରନ୍ତ ଏହାର ମୂଲ୍ୟ ଦେଇ ଦିଆଯିବ ବୋଲି ଶ୍ରୀ ଶର୍ମା କହିଛନ୍ତି। ଆଗାମୀ ଜୁଲାଇ ୨୮ତାରିଖରେ ଏକ ସ୍ଥାନୀୟ ପର୍ବ ହେରେଲି ଅବସରରେ “ଗୌଧନ ନ୍ୟାୟ ଯୋଜନା” ନାମରେ ଏହି ଯୋଜନା କୁ ଆରମ୍ଭ କରାଯିବାର କାର୍ଯ୍ୟକ୍ରମ ଥିବା ସୂଚନା ମିଳିଛି।ତେବେ ଏହି ଗୋମୂତ୍ରରୁ ଜୈବିକ କୀଟନାଶକ ଓ ଫଙ୍ଗି ସାଇଡ୍ସ ତିଆରି ହେବ ବୋଲି ସରକାର ଙ୍କ ତରଫ ରୁ କୁହାଯାଇଛି।

ସୂଚନା ଅନୁସାରେ ପ୍ରାୟ ଦୁଇ ବର୍ଷ ପୂର୍ବେ, ଗୋବର ଗୋବର କ୍ରୟ ପାଇଁ ଏକ ଯୋଜନା ଆରମ୍ଭ କରିବା ପରେ ସରକାର ଦାବି କରିଥିଲେ ଯେ ଏହି ଗୋବର ରୁ ଭର୍ମିକମ୍ପୋଷ୍ଟ ତିଆରି ହେବ। ଏଥିପାଇଁ ସରକାର ବିପୁଳ ପରିମାଣର ଗୋବର ମଧ୍ୟ କ୍ରୟ କରୁଛନ୍ତି। ତେବେ ଏଭଳି ଯୋଜନା ଦ୍ବାରା ରାସ୍ତାରେ ବୁଲୁଥିବା ଗାଈ ମାନଙ୍କର ସଂଖ୍ୟା କମିଯିବ ଓ ଦୁର୍ଘଟଣା ର ହାର ମଧ୍ୟ କମିଯିବା ନେଇ ଛତିଶଗଡ ସରକାର କହିଛନ୍ତି।

Related Posts