ଓଡ଼ିଶାରେ ଭାରତ ବନ୍ଦ ପ୍ରଭାବ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ଓଡ଼ିଶାରେ ବନ୍ଦର ପ୍ରଭାବ । ୧୨ ଦଫା ଦାବିରେ ବିଭିନ୍ନ ଶ୍ରମିକ ସଙ୍ଗଠନମାନଙ୍କ ପକ୍ଷରୁ ଦେଶବ୍ୟାପୀ ଦିଆ ଯାଇଥିବା ୨୪ ଘଣ୍ଟିଆ ବନ୍ଦର ପ୍ରଭାବ ସବୁଠି ଦେଖିବାକୁ ମିଳିଛି । ଏହାକୁ ଜନସମର୍ମଥନ ମିଳୁଥିବା ଦେଖିବାକୁ ମିଳିଛି । କଂଗ୍ରେସ ଏବଂ ବାମପନ୍ଥୀ ଦଳମାନଙ୍କ ସମେତ 20ଟି ରାଜନୈତିକ ଦଳ ଏହି ବନ୍ଦୁ ସମର୍ଥନ ଜଣାଇଛନ୍ତି । ବିଶେଷ କରି ଓଡ଼ିଶାର ବିଭିନ୍ନ ବଡ଼ ବଡ଼ ସହରରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି ।

ଆର୍ଥିକ ମାନ୍ଦାବସ୍ଥା, ଦରଦାମ ବୃଦ୍ଧି, ବେରୋଜଗାରୀ, ବିଦେଶୀ ପୁଞ୍ଜି ନିବେଶକାରୀଙ୍କ କବ୍ଜାକରୁ ଭାରତୀୟ ଅର୍ଥନୀତିକୁ ମୁକୁଳାଇବା, ନାଗରିକତା ସଂଶୋଧନ ଆଇନର କାର୍ଯ୍ୟକାରିତା ଏବଂ ଦେଶବ୍ୟାପୀ ଛାତ୍ରମାନଙ୍କ ଉପରେ ହେଉଥିବା ଆକ୍ରମଣ ପ୍ରତିବାଦରେ ଦିଆ ଯାଇଥିବା ଏହି ବନ୍ଦକୁ ସବୁ ମହଲରୁ ସମର୍ଥନ ମିଳିଛି । ରାଜ୍ୟବ୍ୟାପୀ ଏହାର ପ୍ରଭାବ ପରିଲକ୍ଷିତ ହୋଇଥିବା ବେଳେ ଦୋକାନ ବଜାର ଠପ୍ ହୋଇଯାଇଛି । ସର୍ବାଧିକ ପ୍ରଭାବିତ ହୋଇଛି ରେଳ ଓ ବସ୍ ସେବା । ରାଜଧାନୀ ଭୁବନେଶ୍ବର ସମେତ ବିଭିନ୍ନ ରେଳ ଷ୍ଟେସନରେ ଅନେକ ଟ୍ରେନ ବର୍ତ୍ତମାନ ଅଟକି ରହିଛି । ବିଭିନ୍ନ ସ୍ଥାନରେ କଂଗ୍ରେସ ଓ ବାମଦଳ ସମେତ ବିଭିନ୍ନ ଟ୍ରେଡ ୟୁନିୟନ କର୍ମୀମାନେ ରାସ୍ତା ଅବୋରୋଧ କରିବା ସହ କେନ୍ଦ୍ର ସରକାରଙ୍କ ବିରୁଧରେ ନାରାବାଜୀ କରିଛନ୍ତି । ବନ୍ଦର ପ୍ରଭାବ ଶିଳ୍ପନଗରୀ ପାରାଦୀପ, ରାଉରକେଲା, ଝାରସୁଗୁଡା, ଅନୁଗୁଳ ଏବଂ କଳିଙ୍ଗନଗରରେ ବସ ସେବା ଠପ୍‌ ହୋଇଯାଇଛି, ଯାଜପୁରରୋଡ ଷ୍ଟେସନରେ ଏକାଧିକ ଟ୍ରେନ ଟ୍ରେନ ଅଟକି ରହିଛି । ବନ୍ଦ ଯୋଗୁଁ ପୁରୀରେ ପର୍ଯ୍ୟଟକମାନେ ସାମାନ୍ୟ ଅସୁବିଧାର ସାମ୍ନା କରିଛନ୍ତି । ଡିଶାରେ ବିଜେଡିର ନୈତିକ ସମର୍ଥନ ବନ୍ଦକୁ ଅଧିକ ସଫଳ କରାଇବାରେ ସକ୍ଷମ କରିଛି । ଏହାସତ୍ତ୍ବେ ଆଜି ନିର୍ଦ୍ଧାରିତ ସମୟରେ ପୋଲିସ ସହାୟତାରେ ଲୋକସେବା ଭବନକୁ କର୍ମଚାରୀମାନେ ପ୍ରବେଶ କରିଛନ୍ତି । ଏଯାଏ କୌଣସି ସ୍ଥାନରୁ ଅପ୍ରିତିକର ପରିସ୍ଥିତିର ଖବର ଆସିନଥିଲେବି ଯଥାସମ୍ଭବ ଶାନ୍ତିପୂର୍ଣ୍ଣ ଭାବରେ ପ୍ରତିବାଦ ପାଇଁ ପୋଲି ପ୍ରଶାସନ ସଜାଗ ଅଛି । ସ୍ବାସ୍ଥ୍ୟ ସେବା ଏବଂ ପରୀକ୍ଷାର୍ଥୀ ମାନଙ୍କୁ ଏହି ବନ୍ଦରୁ ବାଦ୍ ଦିଆଯାଇଛି ।

Related Posts