ନିର୍ଭୟାଙ୍କ ପୁରୁଷ ବନ୍ଧୁ ଏବେ କେଉଁଠି ?

(ସତ୍ୟପାଠ ବ୍ୟୁରୋ) ବହୁ ଚର୍ଚ୍ଚିତ ଦିଲ୍ଲୀ ନିର୍ଭୟା ଗଣବଳାତ୍କାର ମାମଲାରେ ୪ ଦୋଷୀଙ୍କୁ ମୃତ୍ୟୁଦଣ୍ଡ ମିଳିଛି । ଜାନୁଆରି 22 ସକାଳ 7ଟାରେ ଦୋଷୀଙ୍କୁ ଫାଶୀ ଦେବାକୁ ଗତକାଲି ଦିଲ୍ଲୀର ପଟିଆଲା ହାଉସ କୋର୍ଟ ନିର୍ଦ୍ଦେଶ ଦେବା ପରେ ସରକାରୀ ସ୍ତରରେ ଫାଶୀ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଉତ୍ତର ପ୍ରଦେଶରୁ ଘାତକକୁ ଡକାଯାଇଛି ।

ନିର୍ଭୟାଙ୍କ ପୁରୁଷ ବନ୍ଧୁ ଏବେ କେଉଁଠି ?

ନିର୍ଭୟା ଦୋଷୀଙ୍କୁ ଫାଶୀ ଦଣ୍ଡ ମିଳିବା ପଛରେ ପ୍ରମୁଖ ଭୂମିକା ଥିବା ତାଙ୍କ ପୁରୁଷ ବନ୍ଧୁଙ୍କୁ ନେଇ ଦେଶବ୍ୟାପୀ ଚର୍ଚ୍ଚା । ନିର୍ଭୟାଙ୍କ ପୁରୁଷ ବନ୍ଧୁ ଅଭିନିନ୍ଦ୍ର ପାଣ୍ଡ୍ୟା ଏବେ କେଉଁଠି ? ତାହା ଏକ ବଡ ପ୍ରଶ୍ନ ହୋଇ ସମସ୍ତଙ୍କ ସାମ୍ନାରେ ଠିଆ ହୋଇଛି ।

ସୂଚନା ଅନୁସାରେ ଚାରି ବର୍ଷ ଧରି ନିଜ ଜୀବନକୁ ଭୟ ନକରି ସମସ୍ତ ସହଯୋଗ କରିବା ପରେ ଶେଷରେ ବିଦେଶରେ ଏକ ଘରୋଇ କମ୍ପାନିରେ ଇଞ୍ଜିନିୟର ଭାବରେ କାର୍ଯ୍ୟ କରୁଛନ୍ତି ଅଭିନିନ୍ଦ୍ର । ଏହା ମଧ୍ୟରେ ସେ ବୈବାହିକ ଜୀବନ ଆରମ୍ଭ କରିଛନ୍ତି । ଅଭିନିନ୍ଦ୍ରଙ୍କର କନ୍ୟାସନ୍ତାନ ମଧ୍ୟ ଅଛି । ଏବେ ଅଭିନିନ୍ଦ୍ରଙ୍କ ପରିବାର ବିଦେଶରେ ରହୁଥିବା ଜଣାପଡ଼ିଛି । ଦୀର୍ଘ ୭ ବର୍ଷର ଅଦାଲତୀ ଲଢେଇରେ ତାଙ୍କର ଥିଲା ସର୍ବାଧିକ ଭାଗିଦାରୀ । ତାଙ୍କର ପ୍ରତ୍ୟେକଟି ବୟାନ ଦୁଷ୍କର୍ମକାରୀଙ୍କ ପାଇଁ ଦଣ୍ଡର ରାସ୍ତା ପରିସ୍କାର କରିଥିଲା । କିନ୍ତୁ ନିଜ ବାନ୍ଧବୀଙ୍କ ଏଭଳି ଦୁଖଃଦ ମୃତ୍ୟୁ ଗଭୀର ଭାବେ ପ୍ରଭାବିତ କରିଥିବା ବେଳେ ଏବେବି ତାଙ୍କୁ ବାରମ୍ବାର ସେହି ଘଟଣା ମନେ ପଡ଼ୁଥିବା କହିଛନ୍ତି ଅଭିନିନ୍ଦ୍ର ।

Related Posts