
ବେଲ୍ଲାରୀ: କଂଗ୍ରେସ ପକ୍ଷରୁ ଜାରି ରହିଛି ‘ଭାରତ ଯୋଡୋ ଯାତ୍ରା’ । ତେବେ ଆଜିକୁ ଏହି ଯାତ୍ରା ୩୮ ଦିନ ପୂରଣ ହୋଇଛି। ଏହି ସମୟରେ ଯାତ୍ରା ପାଦରେ ଚାଲି ଚାଲି ୧ହଜାର କିଲୋମିଟର ପୂରଣ କରିଛି। ଏହି ଅବସରରେ କଂଗ୍ରେସ ନେତା ରାହୁଲ ଗାନ୍ଧି ବେଲ୍ଲାରୀରେ ଜନସଭାକୁ ସମ୍ବୋଧିତ କରିବା ସହ ଲୋକଙ୍କୁ ତାଙ୍କର ଯାତ୍ରା ଅନୁଭୁତି ଶୁଣାଇଛନ୍ତି। ଏଥିରେ ରାହୁଲ ବିଜେପିକୁ କୋଷିବାକୁ ବି ଭୁଲି ନାହାନ୍ତି।
ବର୍ଷକୁ ଦେଶର ୨ କୋଟି ନିଯୁକ୍ତି ସୁଯୋଗ ସୃଷ୍ଟି କରିବାର ପ୍ରତିଶ୍ରୁତି ଦେଇ କେନ୍ଦ୍ର ଦଖଲ କରିଥିବା ବିଜେପି ସରକାରରେ ଏବେ ଦେଶରେ ସବୁଠୁ ଅଧିକ ବେକାରୀ ସୃଷ୍ଟି କରିଥିବା ରାହୁଲ କହିଛନ୍ତି। ଦେଶ କଥା ଛାଡନ୍ତୁ କେବଳ କର୍ଣ୍ଣାଟକ ସରକାରଙ୍କ ବିଭିନ୍ନ ବିଭାଗରେ ୨.୫ ଲକ୍ଷ ସରକାରୀ ପଦବୀ ଖାଲିପଡିଛି ବୋଲି ରାହୁଲ କହିଛନ୍ତି। ଏହି ସବୁ ପଦବୀ କାହିଁକି ଖାଲି ପଡଛି ବୋଲି ଲୋକଙ୍କୁ ପ୍ରଶ୍ନ କରିଛନ୍ତି। ରାଜ୍ୟର ୪୦ ପର୍ସେଣ୍ଟର ସରକାର ସବୁଥିରେ ପର୍ସେଣ୍ଟ କାରବାର କରୁଛନ୍ତି। ପାଖରେ ପଇସା ଅଛି ତ ରାଜ୍ୟରେ ସରକାରୀ ଚାକିରୀ କିଣିବାରେ ବି ଅସୁବିଧା ନାହିଁ ବୋଲି ରାହୁଲ କହିଛନ୍ତି। ଦେଶରେ ଏବେ ମୂଲ୍ୟ ବୃଦ୍ଧି ସୀମା ପାର କରିଛି। ଯେତେବେଳେ ଗ୍ୟାସ୍ ସିଲିଣ୍ଡର ୪୦୦ ଟଙ୍କାରେ ମିଳୁଥିଲା ସେତେବେଳେ ମୋଦି ସବୁ ଭାଷଣରେ ଆମ ମା ଓ ଭଉଣୀ ୪୦୦ ଟଙ୍କାର ସିଲିଣ୍ଡର କାରଣରୁ ପୀଡିତ ବୋଲି କହୁଥିଲେ। ଏବେ ଗ୍ୟାସ ସିଲିଣ୍ଡର ଦାମ ୧୦୦୦ ଟଙ୍କା ମୋଦି କଣ କହୁଛନ୍ତି ବୋଲି ରାହୁଲ ଜନତାଙ୍କୁ ପଚାରିଛନ୍ତି।
ଗୋଟିଏ ପଟେ ବେକାରୀ ଅନ୍ୟ ପଟେ ମୂଲ୍ୟ ବୃଦ୍ଧି ଏଥିରେ ଚାଷୀଙ୍କ ଲାଗି ସରକାର ଜିଏସଟି କର ଲଗାଇଥିବା ରାହୁଲ କହିଛନ୍ତି। ଭାରତରେ ଚାଷ ସହାୟତା ଆବଶ୍ୟକ କରେ। ସରକାର ଚାଷୀଙ୍କୁ ସହାୟତା କରିବେ କଣ ତାଙ୍କ ଫସଲ ଉପରେ ଜିଏସଟି ଲଗାଇଥିବା ରାହୁଲ କହିଛନ୍ତି। ଭାରତଯୋଡୋ ଯାତ୍ରା ବେଳେ ଏ ବିଷୟରେ ଚାଷୀଙ୍କ ସହ ସେ ଆଲୋଚନା କରିଥିବା କହିଛନ୍ତି। ଏମଏସପି ମିଳୁନଥିବା ଚାଷୀ କହୁଥିବାର ରାହୁଲ କହିଛନ୍ତି।
ରାହୁଲ ତାଙ୍କ ୧୦୦୦ କିଲୋମିଟର ଯାତ୍ରାର ଅନୁଭୂତି ଲୋକଙ୍କ ସହ ସେୟାର କରିଛନ୍ତି। ଆରମ୍ଭ କାଳରେ ଯାତ୍ରା କଷ୍ଟପ୍ରଦ ମନେ ହେଉଥିଲା। ହେଲେ ଧିରେ ଧିରେ ଯାତ୍ରା ସହ ଲୋକେ ଯୋଡିହେଲେ ଓ ଯାତ୍ରା ଆଗକୁ ବଢିଲା ବୋଲି କହିଛନ୍ତି। ଯାତ୍ରା କାଶ୍ମୀର ଉଦ୍ଦେଶ୍ୟରେ କନ୍ୟାକୁମାରୀରୁ ଆରମ୍ଭ ହୋଇଥିଲା। କନ୍ୟା କୁମାରୀରୁ କାଶ୍ମୀର ୩ ହଜାର ୫୦୦ କିଲୋମିଟର। ମୁଁ ଭାବିଥିଲି ଏତେବାଟ ଚାଲିବା ସହଜ କଥା ନୁହେଁ। ହେଲେ ଚାଲିବା ଆରମ୍ଭ କରିବା ପରେ ଏହା କ୍ରମଶଃ ସହଜ ହୋଇଯାଇଛି। ଏବେ ଏପରି ଲାଗୁଛି କିଛି ନା କିଛି ଶକ୍ତି ପଛରୁ ଯାତ୍ରାକୁ ଆଗକୁ ଠେଲୁଛି।
ଏହି ଯାତ୍ରା ଆମେ କାହିଁକି ଆରମ୍ଭ କଲୁ, ଏହାର ଅର୍ଥ କ’ଣ, ଏହାର ଲକ୍ଷ କ’ଣ, ଯୋଉ ସହାୟତା ମିଳୁଛି ସେ ସବୁ ଆସୁଛି କେଉଁଠୁ ଓ ଏହା କ’ଣ, ଆଉ ଏହି ଯେଉଁ ଶକ୍ତି ଆମକୁ ସହାୟତା କରୁଛି ଏହାବି କ’ଣ ଏବେ ମନକୁ ଏପରି ସ୍ୱତଃ ଅନେକ ପ୍ରଶ୍ନ ଆସୁଥିବା ରାହୁଲ କହିଛନ୍ତି। ରାହୁଲ କହିଛନ୍ତି ଯେ ଏହି ଯାତ୍ରାରେ ଆପଣଙ୍କୁ ଘୃଣା ଅନୁଭବ ହେବ ନାହିଁ। ଯାତ୍ରାରେ ଆପଣଙ୍କୁ ହିଂସା ଦେଖିବାକୁ ମିଳିବନି, ଭିଡରେ ଚାଲୁ ଚାଲୁ ଯଦି କେହି ପଡି ଯାଉଛି ସମସ୍ତେ ମିଶି ତାଙ୍କୁ ସହାୟତା କରୁଛନ୍ତି। ଏଥିରେ କେହି କାହାର ଜାତି, ଧର୍ମ ପଚାରୁ ନାହାନ୍ତି। କଂଗ୍ରେସର ଯାତ୍ରାରେ ସମସ୍ତେ ସମାନ। ପିଲା, ବୁଢା, ମହିଳା ସମସ୍ତେ ଏକଜୁଟ ହୋଇ ଚାଲିଛନ୍ତି। କାରଣ ସମସ୍ତେ ଏବେ କେନ୍ଦ୍ରରେ ଏକ ଭୁଲ ସରକାର ବସିଥିବାର ଅନୁଭବ କରୁଛନ୍ତି ବୋଲି ରାହୁଲ କହିଛନ୍ତି