ଢେଙ୍କାନାଳ ବସୁଲେଇ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଛାତ୍ରଛାତ୍ରୀଙ୍କୁ ନେଇଯାଉଥିବା ଟାଟା ମ୍ୟାଜିକ୍ ଦୁର୍ଘଟଣାଗ୍ରସ୍ତ: ୪ ଛାତ୍ର ଆହତ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ବସୁଲେଇ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଛାତ୍ରଛାତ୍ରୀଙ୍କୁ ନେଇଯାଉଥିବା ଟାଟା ମ୍ୟାଜିକ୍ ଓଲଟି ପଡ଼ିଛି । ଫଳରେ ବିଲକୁ ଖସିପଡ଼ି ଆହତ ହେଲେ ଛାତ୍ରଛାତ୍ରୀ। ସ୍କୁଲରୁ ପିଲାମାନଙ୍କୁ ନେଇ ଘରକୁ ଫେରୁଥିବା ବେଳେ କୁଲେଇ ଗ୍ରାମ ପାତ୍ର ସାହି ନିକଟରେ ବିଲ ତଳକୁ ଗାଡିଟି ଖସି ଯାଇଥିଲା।

ଫଳରେ ଗାଡିରେ ଥିବା ୧୫ ଜଣ ଛାତ୍ର ଛାତୀଙ୍କ ମଧ୍ୟରୁ ୪ ଜଣ ସାମାନ୍ୟ ଆହତ ହୋଇଛନ୍ତି। ସ୍ଥାନୀୟ ଲୋକଙ୍କ ସହାୟତାରେ ଛାତ୍ର ଛାତ୍ରୀମାନଙ୍କୁ ଉଦ୍ଧର କରି ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଥିଲା। ମିଳିଥିବା ସୂଚନା ଅନୁସାରେ ପିଲାମାନଙ୍କର ସ୍ୱାସ୍ଥ୍ୟାବସ୍ଥା ଭଳ ଅଛି। ଚିକିତ୍ସା ପରେ ସେମାନଙ୍କୁ ଘରକୁ ପଠାଇ ଦିଆଯାଇଛି।

Related Posts