ଜେଲ ଯିବେ ଅର୍ଚ୍ଚନା ନାଗ; ଇଡିର ରିମାଣ୍ଡ ଆବେଦନକୁ ଖାରଜ କଲେ କୋର୍ଟ

ଭୁବନେଶ୍ୱର,୧୯/୧୨(ସତ୍ୟପାଠ ବ୍ୟୁରୋ): ଜେଲ ଯିବେ ଅର୍ଚ୍ଚନା ନାଗ। ଇଡି ପକ୍ଷରୁ ଆଜି ଅର୍ଚ୍ଚନାଙ୍କୁ ଆଉ ଦୁଇ ଦିନ ରିମାଣ୍ଡରେ ନେବାକୁ ଆବେଦନ କରାଯାଇଥିଲେ ମଧ୍ୟ କୋର୍ଟ ଏହାକୁ ଗ୍ରହଣ କରିନାହାନ୍ତି । ମିଳିଥିବା ସୂଚନା ମୁତାବକ ଅର୍ଚ୍ଚନା ତଦନ୍ତରେ ସହଯୋଗ କରୁନାହାନ୍ତି ଓ ପଚରାଉଚରାବେଳେ ଅର୍ଚ୍ଚନା ଉତ୍ତର ଠିକରେ ଦେଉନଥିବା ଇଡି ପକ୍ଷରୁ କୋର୍ଟଙ୍କ ନିକଟରେ ତଥ୍ୟ ରଖାଯାଇଥିଲା ।

ଯାହା ଆଧାରରେ ପୁଣି ୨ ଦିନ ରିମାଣ୍ଡରେ ନେବା ପାଇଁ ଇଡି ପକ୍ଷରୁ କୋର୍ଟଙ୍କ ନିକଟରେ ଆବେଦନ କରାଯାଇଥିଲା । କିନ୍ତୁ ଅର୍ଚ୍ଚନାଙ୍କ ଓକିଲ ଏହାକୁ ବିରୋଧ କରିଥିଲେ। ଉଭୟ ଅର୍ଚ୍ଚନା ଓ ଜଗବନ୍ଧୁ ତଦନ୍ତ ସମୟରେ ଇଡିକୁ ସହଯୋଗ କରୁଥିବା କହିଥିଲେ ଅର୍ଚ୍ଚନାଙ୍କ ଓକିଲ।ଆଉ କୋର୍ଟ ଇଡି ପକ୍ଷରୁ କରାଯାଇଥିବା ରିମାଣ୍ଡ ଆବେଦନକୁ ଖାରଜ କରିଦେଇଥିଲେ ।

Related Posts