ଭୁବନେଶ୍ୱର ଡିସିପିଙ୍କୁ ମାନବାଧିକାର କମିଶନଙ୍କ ସମନ

ସତ୍ୟପାଠ ବ୍ୟୁରୋ: ଭୁବନେଶ୍ୱର ଡିସିପିଙ୍କୁ ମାନବାଧିକାର କମିଶନଙ୍କ ସମନ। ଆଇନ ବିଭାଗର ଅନୁସଚିବ (ବଡ଼ ବାବୁ)ଙ୍କ ଘରେ ନାବାଳିକା ନିର୍ଯାତନା ମାମଲାରେ ସମନ କଲେ କମିଶନ। ବାରମ୍ବାର ତାଗିଦ ସତ୍ତ୍ୱେ ଉତ୍ତର ଦେଲେ ନାହିଁ ଡିସିପି କିମ୍ବା ଖୋର୍ଦ୍ଧା ଜିଲ୍ଲାପାଳ। ଅର୍ଥାତ ବାବୁ ବାବୁ ଭାଇ ଭାଇ, ନାବାଳିକା କଥା ପଚାରେ କିଏ ? ବଡ଼ ବାବୁଙ୍କ ମାମଲାରେ କିଏ ମୁଣ୍ଡ ପୁରେଇବ। ତେଣିକି ନାବଳିକାର ଯାହା ହେଉଛି ହେଉ। ଭୁବନେଶ୍ୱର ଡିସିପି ଙ୍କୁ ମାନବାଧିକାର କମିଶନଙ୍କ ନୋଟିସ୍ ଯୋଗୁଁ ଅତ୍ୟଧିକ ଉତ୍ସାହ ର ସହ 5-T କୁ କାର୍ଯ୍ୟକାରୀ କରୁଥିବା ପୋଲିସ ବିଭାଗ ଏବେ ଅପଦସ୍ତ ସ୍ଥିତିରେ। ତେଣୁ ଡିସେମ୍ବର 20 ସୁଦ୍ଧା ମାମଲାର ଷ୍ଟାଟସ ରିପୋର୍ଟ ଦିଅ ଏବଂ 27 ରେ ନାବାଳିକାଙ୍କୁ ହାଜର କର ବୋଲି ଡିସିପିଙ୍କୁ ଚରମବାଣୀ ଶୁଣାଇଛନ୍ତି କମିଶନ।

ସୂଚନାନୁଯାୟୀ 2014 ସେପ୍ଟେମ୍ବର 22 ରେ ଭୁବନେଶ୍ୱର ୟୁନିଟ-୪ ରେ ଥିବା ଆଇନ ବିଭାଗର ଅନୁ ସଚିବଙ୍କ ଘରୁ ଜଣେ 12 ବର୍ଷୀୟ ନବଳିକାକୁ ଉଦ୍ଧାର କରାଯାଇଥିଲା। ନାବାଳିକାକୁ ଉଭୟ ଶାରୀରିକ ଏବଂ ମାନସିକ ନିର୍ଯାତନା ଦିଆଯାଉଥିଲା। ନାବାଳିକାକୁ ଉଦ୍ଧାର କରିବା ପରେ (CWC) ପକ୍ଷରୁ ସମ୍ପୃକ୍ତ ଅନୁସଚିବଙ୍କ ବିରୋଧରେ ଖାରବେଳନଗର ଥାନାରେ ଜୁବେନାଇଲ Act 1993 ଅନୁସାରେ ମାମଲା ରୁଜୁ ହୋଇଥିଲା। ନାବାଳିକାକୁ ନିର୍ଯାତନା ଦିଆଯାଉଥିବା ନେଇ ସମସ୍ତ ତଥ୍ୟ ପ୍ରମାଣ ଥାଇ ବି ବାବୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଗଲା ନାହିଁ। କାରଣ ସେ ଆଇନ ବିଭାଗର ଅନୁସଚିବ ଅର୍ଥାତ ପୋଲିସ ବାବୁଙ୍କ ସରକାରୀ ଗୁରୁଭାଇ। ତେଣୁ ଚଳିତ ବର୍ଷ ମେ 6 ତାରିଖରେ ଷ୍ଟାଟସ ରିପୋର୍ଟ ମାଗିଲେ ମାନବାଧିକାର କମିଶନ। ଏହା ସହ ମାମଲାରେ କି ପଦକ୍ଷେପ ନିଆଯାଇଛି ବୋଲି ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ମଧ୍ୟ ଏକ ରିମାଇଣ୍ଡର ପଠାଇଥିଲେ କମିଶନ। ମାନବାଧିକାର ଆଇନ 1993 U/S 13 ଅନୁଯାୟୀ 6 ସପ୍ତାହ ପର୍ଯ୍ୟନ୍ତ ନାବାଳିକାକୁ ଅନୁକମ୍ପା ରାଶି ଦିଆଯାଇଛି କି ନାହିଁ 13.11.2018 ସୁଦ୍ଧା ଜଣାଇବାକୁ ବି ତାଗିଦ କରିଥିଲେ। କିନ୍ତୁ ଜିଲ୍ଲାପାଳ କି ଡିସିପି କେହି ଉତ୍ତର ନ ଦେବାରୁ କମିଶନ କ୍ଷୋଭ ପ୍ରକାଶ କରିବା ସହ ଡିସିପିଙ୍କୁ ସମନ କରିଛନ୍ତି।

କମିଶନଙ୍କ ସମନ ପରେ କମିଶନରେଟ ପୋଲିସ, ଡିସିପି ଏବଂ ଜିଲ୍ଲା ପ୍ରଶାସନର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠିଛି। ଯଦି ଭୁବନେଶ୍ୱରରେ ଜଣେ ନବଳିକାକୁ 5 ବର୍ଷ ବିତିଥିଲେ ବି ନ୍ୟାୟ ଦିଆଯାଇପାରଉନି।
କାହିଁକି ଏଯାଏ ବଡ଼ ବାବୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇନି ?
କମିଶନରେଟ ପୋଲିସ ମାସାଧିକ କାଳ ଚୁପ୍ ହୋଇ ବସିପଡିବା ପଛ ର କାରଣ କଣ ?

Related Posts