ଝାରସୁଗୁଡାରେ ଦୁର୍ଦ୍ଦାନ୍ତ ଅପରାଧୀକୁ ଗୁଳିକରି ହତ୍ୟା: ଅତି ନିକଟରୁ ମୁଣ୍ଡକୁ ଦୁଇ ରାଉଣ୍ଡ ଗୁଳିକଲେ ଦୁର୍ବୃତ୍ତ, ସିସିଟିଭିରେ କଏଦ ହେଲା ଛାତିଥରା ଚିତ୍ର . .ଏନକାଂଉଟର କରି ୪ ଅପରାଧୀଙ୍କୁ ଧରିଲା ପୋଲିସ

ଝାରସୁଗୁଡା ଜିଲା ବ୍ରଜରାଜନଗର ସହରରେ ଗତ ମଙ୍ଗଳବାର ରାତିରେ ଦୁର୍ବୃତ୍ତମାନେ ଗୁଳିମାଡ କରିଛନ୍ତି। ଏଥିରେ କୁଖ୍ୟାତ ଅପରାଧୀ ସୋନୁ ଘୋଷଙ୍କ ଭାଇ ମଣ୍ଟୁ ଘୋଷଙ୍କ ମୃତ୍ୟୁ ହୋଇଛି।

ଘଟଣା ଘଟାଇ ଫେରାର ହୋଇ ଯାଇଥିବା ଦୁର୍ବୃତ୍ତମାନଙ୍କୁ ପୋଲିସର ଏକ ସ୍ବତନ୍ତ୍ର ଟିମ ଜୋବ୍‌ ନିକଟରେ ଏନକାଉଣ୍ଟରରେ କରିଛି। ଏଥିରେ ୪ଜଣ ଅଭିଯୁକ୍ତ ଆହତ ହୋଇଛନ୍ତି। ଆହତମାନେ ହେଲେ ମଣ୍ଡଳିଆର ଶୈଳେନ୍ଦ୍ର ପାତ୍ର, ଗଜପତିନଗରର ଅନନ୍ତ ଧଳ ଓରଫ ଭିମା, ମହାବୀରନଗରର ରେଫକ୍ୟୁ ଆନସରୀ ଓ ମଣ୍ଡଳିଆର ମିକି ସିଂହ  ବୋଲି ଜଣାପଡିଛି। ପୋଲିସ ଏନକାଉଣ୍ଟର କରିବା ପୂର୍ବରୁ ଅପରାଧୀମାନେ ମଧ୍ୟ ପାଲଟା ଆକ୍ରମଣ କରିଥିଲେ। ଆହତ ଅଭିଯୁକ୍ତମାନଙ୍କୁ ପୋଲିସ ଚିକିତ୍ସା ପାଇଁ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି। ପୋଲିସ ଏନକାଉଣ୍ଟରସ୍ଥଳରୁ ୨ଟି ବାଇକ, ୨ଟି ବନ୍ଧୁକ, କେତେକ ଅଫୁଟା ଗୁଳି ଜବତ କରିଛି।

ପୋଲିସ ତଦନ୍ତରୁ ଜଣାପଡିଛି ଯେ, ଗତ ଜୁନ ୨୧ରେ ଅମିତ ଧଳ ହତ୍ୟା କାଣ୍ଡ ଘଟିଥିଲା। ଏଥିରେ କୁଖ୍ୟାତ ଅପରାଧୀ ସୋନୁ ଘୋଷ ମୁଖ୍ୟ ଅଭିଯୁକ୍ତ ରହିଥିଲେ। ଅଭିଯୁକ୍ତ ସୋନୁଙ୍କୁ ସ୍ବତନ୍ତ୍ର ପୋଲିସ ଟିମ କଲିକତାରୁ ଗିରଫ କରିଥିଲା।

ଏବେ ସୋନୁ ଘୋଷ ଚୌଦ୍ବାର ଜେଲରେ ଅଛନ୍ତି। ଏହାର ପ୍ରତିଶୋଧ ନେବା ପାଇଁ ଅମିତ ଗୋଷ୍ଠୀ ଏଭଳି କାଣ୍ଡ ଘଟାଇଛି ବୋଲି ପୋଲିସ କହିଛ। ଏନକାଉଣ୍ଟର ୪ ଜଣଙ୍କ ମଧ୍ୟରୁ ଅନନ୍ତ ଧଳ ଅମିତଙ୍କ ସମ୍ପର୍କୀୟ ଭାଇ ବୋଲି ଜଣାପଡିଛି। ଏସମ୍ପର୍କରେ ଉତ୍ତରାଞ୍ଚଳ DIG ହିମାଂଶୁ ଲାଲ  ଆଜି ଝାରସୁଗୁଡା ଏସପି କାର୍ଯ୍ୟାଳୟ ଏକ ଖବରଦାତା ସମ୍ମିଳନୀ ଡାକିଛନ୍ତି।

Related Posts