ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଫେସବୁକ ଆକାଉଣ୍ଟ ହ୍ୟାକ୍‌

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଫେସବୁକ ଆକାଉଣ୍ଟ ହ୍ୟାକ୍ । ଲଗାତାର ସୋସିଆଲ ମିଡିଆରେ ସାଂସଦ ଅପରାଜିତା ଷଡଙ୍ଗୀ ଆକ୍ଟିଭ ରହିଥାନ୍ତି । ସେ କୌଣସି ରାଜନୈତିକ ମୁଦ୍ଦା ହେଉ କିମ୍ବା ଲୋକଙ୍କ ହିତ ପାଇଁ ଅନେକ ପୋଷ୍ଟ ସେୟାର କରିଥାନ୍ତି । ହେଲେ ବର୍ତ୍ତମାନ ତାଙ୍କର ଫେସବୁକ ଆକାଉଣ୍ଟ ହ୍ୟାକ ହୋଇଥିବାର ଖବର ସାମ୍ନାକୁ ଆସିଛି ।

ଏ ନେଇ ସାଂସଦଙ୍କ ପକ୍ଷରୁ କଟକ କ୍ରାଇମବ୍ରାଞ୍ଚର ସାଇବର ଥାନାରେ ଏତଲା ଦିଆଯାଇଥିବାର ଜଣାପଡ଼ିଛି । ଏହା ପୂର୍ବରୁ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଫେସବୁକ ଆକାଉଣ୍ଟ ହ୍ୟାକ୍ କରାଯାଇଥିବାର ସୂଚନା ମିଳିଛି । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts