
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ପରେ ଭାଟ୍ ହ୍ରାସ କଲେ କେରଳ ଓ ରାଜସ୍ଥାନ ସରକାର । ଗତକାଲି କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଉପରୁ ଉତ୍ପାଦ ଶୁଳ୍କ ହ୍ରାସ କରିଥିଲେ। ଫଳରେ ପେଟ୍ରୋଲ ଲିଟର ପିଛା ୯ ଟଙ୍କା ୫୦ ପଇସା ଓ ଡିଜେଲ ୭ ଟଙ୍କା ଶସ୍ତା ହୋଇଥିଲା । ଏବେ କେରଳ ଓ ରାଜସ୍ଥାନ ଭାଟ୍ କମାଇଛନ୍ତି । ପେଟ୍ରୋଲ ଓ ଡିଜେଲ ଦର ହ୍ରାସ ପରେ ଏବେ ରାଜ୍ୟମାନଙ୍କର ଦାୟିତ୍ୱ ବଢ଼ିଯାଇଛି । କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା ପ୍ରଥମେ କେରଳ ସରକାର ଭାଟ୍ ହ୍ରାସ କରିଥିଲେ । ଏବେ ରାଜସ୍ଥାନ ପେଟ୍ରୋଲ-ଡିଜେଲ ଉପରେ ଭ୍ୟାଟ ହ୍ରାସ କରିଛନ୍ତି ।
କେରଳ ସରକାର ପେଟ୍ରୋଲ ଲିଟର ପିଛା ୨.୪୧ ଟଙ୍କା ଭାଟ ହ୍ରାସ କରିଛନ୍ତି । ଡିଜେଲ ଉପରୁ ଲିଟର ପିଛା ୧.୩୬ ପଇସା ଭ୍ୟାଟ୍ କମ କରିଦେଇଛନ୍ତି । ଏମିତିରେ କେରଳରେ ପେଟ୍ରୋଲ ଲିଟର ପିଛା ୧୧.୯୧ ଟଙ୍କା ହ୍ରାସ ପାଇଛି ।ସେହିପରି ରାଜସ୍ଥାନ ସରକାର ମଧ୍ୟ ରାଜ୍ୟର ଜନତାଙ୍କୁ ଆଶ୍ୱସ୍ଥି ଦେବା ପାଇଁ ଭାଟ ହ୍ରାସ କରିଛନ୍ତି । ରାଜସ୍ଥାନ ସରକାର ପେଟ୍ରୋଲ ଉପରେ ୨.୪୮ ଟଙ୍କା ପ୍ରତି ଲିଟର ଓ ଡିଜେଲ ଉପରେ ୧.୧୬ ଟଙ୍କା ଲିଟର ପିଛା ଭାଟ କମ କରିଛନ୍ତି । ଫଳରେ ରାଜସ୍ଥାନରେ ଏବେ ପେଟ୍ରୋଲ ଲିଟର ପିଛା ୧୦ଟଙ୍କା ୪୮ ପଇସା ଓ ଡିଜେଲ ୭ଟଙ୍କା ୧୬ ପଇସା ଲିଟର ପିଛା ଶସ୍ତା ହୋଇଛି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।