ଭୁବନେଶ୍ୱର ଆସିଲା ସ୍ୱିଗି ବୟ ପତିତପାବନ : ପ୍ରେମ ପାଇଁ ନିଜେ ଲେଖିଥିଲା ନିଜ ଅପରହଣ ନାଟକ

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ନିଜେ ଅପହରଣ ନାଟକ ରଚି ମଧ୍ୟପ୍ରଦେଶ ରେଲୱେ ଷ୍ଟେସନରୁ ଧରା ପଡିଥିବା ସ୍ୱିଗି ବୟ ପତିତପାବନ ପୃଷ୍ଟିଙ୍କୁ ଆଜି ସକାଳେ ଭୁବନେଶ୍ୱର ଅଣାଯାଇଛି । ମଧ୍ୟପ୍ରେଦଶରେ ଧରାପଡିଲା ପରେ ପତିତପାବନ ଓରଫ ଚିକୁନ୍ ର କିଡ଼ନାପ୍ ଡ୍ରାମରେ ଯବନିକା ପଡିଥିଲା । ଗତ ସୋମବାର ଦିନ ମଧ୍ୟପ୍ରଦେଶ କଟନୀ ଷ୍ଟେସନରୁ ଚିକୁନ୍ ଏବଂ ତାଙ୍କ ପ୍ରେମିକାଙ୍କୁ ଅଟକ ରଖିଥିଲା ରେଲ​‌ୱେ ପୋଲିସ। ପରେ କମିଶନରେଟ୍ ପୋଲିସ ଏକ ସ୍ବତନ୍ତ୍ର ଟିମ୍ ମଧ୍ୟପ୍ରଦେଶରୁ ପତିତପାବନ ଓ ଗୋପ ଅଞ୍ଚଳର ଯୁବତୀଙ୍କୁ ଧରି ଭୁବନେଶ୍ୱରରେ ପହଞ୍ଚିଛି ଧଉଳି ଥାନା ପୋଲିସ। ଉଭୟଙ୍କୁ ଅଧିକ ପଚାଉ ଉଚରା ପରେ ଅଧିକ ପ୍ରକୃତ କାରଣ ଜଣାପଡିବ ବୋଲି ସୂଚନା ମିଳିଛି ।

ମିଳିଥିବା ସୂଚନା ମୁତାବକ କଲେଜରେ ପଢ଼ୁଥିବାବେଳେ ଚିକୁନ୍ ଏକାଥରକେ ଦୁଇଜଣ ଯୁବତୀଙ୍କୁ ପ୍ରେମ କରୁଥିଲା । ଏହି ଦୁଇ ଜଣ ଯୁବତୀ ଗୋଟିଏ କଲେଜରେ ଏକା କ୍ଲାସ୍ ରେ ପାଠ ପଢୁଥିଲେ। ଚିକୁନ୍ ସେମାନଙ୍କ ମଧ୍ୟରୁ ଜଣ(ଅହଲ୍ୟା)ଙ୍କୁ ପ୍ରେମ ବିବାହ କରିଥିଲା। ଏହା ପରେ ଚିକୁନ ଅହଲ୍ୟାଙ୍କ ସହ ଧଉଳି ଥାନା ଅଧୀନ ବିଜୟ ବିହାର ଅଞ୍ଚଳରେ ଘର ଭଡ଼ା ନେଇ ରହୁଥିଲା । 

ଏହା ମଧ୍ୟରେ ଚିକୁନ୍ ତା’ର ଦ୍ବିତୀୟ ପ୍ରେମିକାଙ୍କ ସହ ସଂପର୍କ ରଖିଥିଲା । ଅହଲ୍ୟା ଏହା ଜାଣିବା ପରେ ବିରୋଧ ମଧ୍ୟ କରିଥିଲେ । କିନ୍ତୁ କିଛି ପ୍ରଭାବ ପଡ଼ି ନ ଥିଲା । ପ୍ରେମିକାକୁ ନେଇ ପଳାଇବା‌ ପାଇଁ ଯୋଜନା କରିବା ପରେ ସ୍ତ୍ରୀ ଏବଂ ତାଙ୍କ ଘର ଲୋକଙ୍କ ମନରେ ବିଶ୍ବାସ ଜନ୍ମାଇବା ପାଇଁ ଚିକୁନ ଅପହରଣର ଏଭଳି ଏକ ମିଛ ନାଟକ ରଚିଥିଲା ।

ଯୋଜନା ମୁତାବକ , ଗତ ରବିବାର ଦିନ ଧଉଳି ଥାନା ଅଞ୍ଚଳରୁ ପତିତପାବନଙ୍କୁ ଅପହରଣ କରାଯାଇଥିବାର ଅଭିଯୋଗ ହୋଇଥିଲା । ପ୍ରଥମେ ତାଙ୍କ ପତ୍ନୀ ଅହଲ୍ୟାଙ୍କୁ ଏକ ଭଏସ୍ ମେସେଜ୍‌ ପଠାଯାଇଥିଲା। ଚିକୁନ୍ ଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ଦୟାନଦୀ ରାସ୍ତାରେ ଅପହୃତ ଯୁବକଙ୍କ ଗଞ୍ଜି, ବ୍ୟାଗ୍ ଓ ଚପଲ ମାଟିରେ ଅଧା ପୋତା ହୋଇ ରହିଥିବା ବେଳେ ଛୁରୀ ଜବତ କରିଥିଲା ପୋଲିସ । ଘଟଣାରେ ପୋଲିସ ତଦନ୍ତ ଜୋରଦାର କରିଥିଲା ।

ଧଉଳି ଥାନା ପୋଲିସ ମାମଲାର ଯାଞ୍ଚ ଜାରି ରଖିଥିବା ବେଳେ ଏହି ମାମଲାରେ ଏକ ନୂଆ ମୋଡ଼ ସାମ୍ନାକୁ ଆସିଥିଲା। ପୁରୀ ଜିଲ୍ଲା ଗୋପ ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କୁ ପତିତପାବନ ଅପହରଣ କରିନିଥିବା ନେଇ ଅଭିଯୋଗ ହେଇଥିଲା । ଏନେଇ ଗୋପ ଥାନାରେ ଯୁବତୀଙ୍କ ବାପା ମାମଲା ରୁଜୁ କରିଥିଲେ । ଅଭିଯୋଗ ପରେ ଦିନ ପତିପାବନକୁ ମଧ୍ୟପ୍ରଦେଶର କଟନୀରୁ ଠାବ କରିଥିଲେ ରେଲୱେ ପୋଲିସ । ତାଙ୍କ ସହ ଜଣେ ଯୁବତୀ ମଧ୍ୟ ରହିଥିଲେ । ଏହାପରେ ଆରମ୍ଭ ହୋଇଥିଲା ପୋଲିସ ଛାନ୍‌ଭିନ୍‌ । ତେବେ ପୋଲିସ ତଦନ୍ତରୁ ଜଣାପଡିଥିଲେ ଯେ , ନିଜ ପତିତପାବନ ହିଁ ନିଜ ଅପରହଣ ନାଟକ ନିଜେ ଲେଖିଥିଲେ । 

Related Posts