ନିଜ ଚକ୍ରବ୍ୟୁହରେ ନିଜେ ଫସିଗଲା ଅପହରଣ ନାଟକ ରଚିଥିବା ସ୍ୱିଗି ବଏ ପତିତପାବନ, ଗିରଫ କଲା ପୋଲିସ

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ଶେଷରେ ନିଜ ରଚିତ ନାଟକରେ ନିଜେ ଫସିଗଲା ଅପହରଣ ନାଟକ ରଚି ଚର୍ଚ୍ଚାକୁ ଆସିଥିବା ସ୍ବିଗି ବଏ ପତିତପାବନ ଓରଫ ଚିକୁନ୍। ଆଜି ସକାଳେ ତାକୁ ମଧ୍ୟପ୍ରଦେଶରୁ ଭୁବନେଶ୍ବର ଅଣାଯାଇଥିବା ବେଳେ କିଛି ସମୟ ପୂର୍ବରୁ ତାକୁ ଗିରଫ କରିଛି ଭୁବନେଶ୍ୱର ଧଉଳି ଥାନା ପୋଲିସ । ପ୍ରେମିକା ସହ ତାକୁ ଭୁବନେଶ୍ୱର ଅଣାଯାଇଛି ।

ଆଜି ଧଉଳି ଥାନାରେ ଚିକୁନ୍‌ ଓ ତାଙ୍କ ବାନ୍ଧବୀଙ୍କ ବୟାନ ରେକର୍ଡ କରାଯାଇଥିଲା। ସୂତ୍ରରୁ ମିଳିଥିବା ସୂଚନା ମୁତାବକ ତାଙ୍କ ବାନ୍ଧବୀ କହିଥିଲେ, ମୁଁ ନିଜ ଇଚ୍ଛାରେ ଯାଇଥିଲି, ଏହା ଅପହରଣ ନୁହେଁ। ମିଛ ଅପହରଣର ଭ୍ରମ ସୃଷ୍ଟି କରିବା ଅଭିଯୋଗରେ ତାଙ୍କୁ ଗିରଫ କରିଛି ଧଉଳି ପୁଲିସ୍‌ । ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ କହିଛନ୍ତି, ଚିକୁନ୍ ଏବଂ ତାଙ୍କ ବାନ୍ଧବୀଙ୍କୁ ମଧ୍ୟପ୍ରଦେଶରୁ ଆଜି ଭୁବନେଶ୍ୱର ଅଣାଯାଇଛି। ତାଙ୍କୁ ଧଉଳି ଥାନାରେ ପଚରାଉଚରା କରାଯିବାରୁ ସେ ସ୍ୱିଗିରେ ଚାକିରି କରୁ ନ ଥିବା ଜଣାପଡିଛି। ସେ ବିବାହିତ ଥିଲେ ମଧ୍ୟ ନିଜ ବାନ୍ଧବୀଙ୍କ ସହ ରହିବାକୁ ଚାହୁଁଥିଲେ। 

ସୋମବାରଦିନ ମଧ୍ୟପ୍ରଦେଶ କଟନୀ ଜିଆରପି ପୁଲିସ ସେମାନଙ୍କୁ ଠାବ କରି କମିଶନରେଟ ପୁଲିସକୁ ଜଣାଇଥିଲେ । ଅନ୍ୟପକ୍ଷରେ ଓଡିଶା ବାହାରକୁ ଖସିବାରେ ସହଯୋଗ କରିଥିବା ଯୁବତୀଙ୍କୁ ଗୋପ ଥାନାରେ ଅଟକ ରଖି ପଚରାଉଚରା କରାଯାଉଛି । ପତିତପାବନ ଯେଉଁ ଜାଗାରେ ଅପହରଣ ଓ ମିଛ ନାଟକ ରଚିଥିଲା ସେହି ଜାଗାକୁ ପତିତଙ୍କୁ ନେଇ ପଚରାଉଚରା କରିପାରେ ।  ଅନ୍ୟପକ୍ଷରେ ଚିକୁନଙ୍କ ପତ୍ନୀ ଅହଲ୍ୟା କହିଛନ୍ତି, ମୋର ବିଶ୍ୱାସ ଅଛି ମୋ ସ୍ୱାମୀ ମୋ ପାଖକୁ ଫେରି ଆସିବେ। ମୋତେ ନିଶ୍ଚିତ ନ୍ୟାୟ ମିଳିବ। ଯଦି ମୋ ସ୍ୱାମୀ ନଆସନ୍ତି, ତେବେ ତାଙ୍କ ନାଁରେ କେସ୍ କରିବି ବୋଲି ଅହଲ୍ୟା କହିଛନ୍ତି। 

Related Posts