
ସତ୍ୟପାଠ ବ୍ୟୁରୋ: ନିଟ୍ ପରୀକ୍ଷା ପାଇଁ ଆସନ୍ତା ସେପ୍ଟେମ୍ବର ୧୩ ତାରିଖ ଅର୍ଥାତ ରବିବାର ଭୁବନେଶ୍ୱରର ୧ ନମ୍ବର ହାଟ ବନ୍ଦ ରହିବ ବୋଲି ବିଏମସି ଏଭଳି ନିଷ୍ପତ୍ତି ନେଇଛି । ପରୀକ୍ଷାର୍ଥୀମାନଙ୍କର ସୁରକ୍ଷାକୁ ଆଖି ଆଗରେ ରଖି ଏହି ନିର୍ଦ୍ଦେଶନାମା ଜାରି ହୋଇଛି ।
ସେପ୍ଟେମ୍ବର ୧୩ ତାରିଖରେ ଏକ ନମ୍ବର ହାଟ ପାଖରେ ଥିବା ମଦର୍ସ ପବ୍ଲିକ ସ୍କୁଲରେ ନିଟ୍ ପରୀକ୍ଷା ହେବ। ଏଥିପାଇଁ ସେଠାରେ ପରୀକ୍ଷାର୍ଥୀମାନେ ବହୁ ସଂଖ୍ୟାରେ ଯୋଗଦେବେ। ସେ ସମୟରେ ହାଟ ଖୋଲି ରହିଲେ ବ୍ୟବସାୟୀମାନେ ମଧ୍ୟ ଗହଳି କରିବାର ଆଶଙ୍କା ରହିଛି। ତେଣୁ ଏହାକୁ ଆଖି ଆଗରେ ରଖି ଭିଡ଼ ଏଡ଼ାଇବାକୁ ମାର୍କେଟକୁ ଦିନ ୧୧ଟାରୁ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ବନ୍ଦ ରଖିବାକୁ ବିଏମସି ନିର୍ଦ୍ଦେଶ ଦେଇଛି। ଉଭୟ ମାର୍କେଟ ଭିତର ଓ ବାହାରର ସମସ୍ତ ଦୋକାନ ବନ୍ଦ ରହିବ ବୋଲି ବିଏମସି ନୋଟିସ୍ ଜାରି କରିଛି।