ସେପ୍ଟେମ୍ବର ୧୪ରୁ ୨୪ ଯାଏ ଚାଲିବ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା

ସତ୍ୟପାଠ ବ୍ୟୁରୋ : ସେପ୍ଟେମ୍ବର ୧୪ରୁ ୨୪ ଯାଏଁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଚାଲିବ ବୋଲି ଜଣାପଡ଼ିଛି । ଏହାସହ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ମଧ୍ୟ ସେପ୍ଟେମ୍ବର ୧୪ରୁ ଆରମ୍ଭ ହେବ । ଉଭୟ ପାଠ୍ୟକ୍ରମରେ ୩୫ହଜାର ୫୮୮ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ସପ୍ଲିମେଣ୍ଟାରୀ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଦେବା ପାଇଁ ୧୫୩ଟି କେନ୍ଦ୍ର କରାଯାଇଛି । ସେହିପରି ୮୮ କେନ୍ଦ୍ରରେ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଦେବେ ପରୀକ୍ଷାର୍ଥୀ । ମୋଟ ୨୦ଟି ମୂଲ୍ୟାୟନ କେନ୍ଦ୍ରରେ ଉଭୟ ପରୀକ୍ଷାର ଖାତାଦେଖା ହେବ । ପରୀକ୍ଷା ବେଳେ ସମସ୍ତ କୋଭିଡ଼ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାସ ନିର୍ଦ୍ଦେଶ ଦେଇଛନ୍ତି । ପରୀକ୍ଷା କେନ୍ଦ୍ରଗୁଡ଼ିକୁ ପ୍ରତିଦିନ ସାନିଟାଇଜ କରାଯିବ । ଏହାସହ ଭିଡ଼ ନହେବାକୁ ବ୍ୟବସ୍ଥା କରାଯିବ ।

Related Posts