ଆରବିଆଇ ଡେପୁଟି ଗଭର୍ଣ୍ଣର ପଦରୁ ଇସ୍ତଫା ଦେଲେ ବିରଳ ଆଚାର୍ଯ୍ୟ

ସତ୍ୟପାଠ ବ୍ୟୁରୋ :  ଆରବିଆଇକୁ ଝଟକା । ଡେପୁଟି ଗଭର୍ଣ୍ଣର ପଦରୁ ଇସ୍ତଫା ଦେଇଛନ୍ତି ବିରଳ ଆଚାର୍ଯ୍ୟ ।  କାର୍ଯ୍ୟକାଳ ଶେଷ ହେବାର ପାଖାପାଖି ୬ ମାସ ପୂର୍ବରୁ ହିଁ ସେ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ସୂଚନା ଅନୁସାରେ ବିରଳ ଆଚାର୍ଯ୍ୟ ଏବେ ନ୍ୟୁୟର୍କ ୟୁନିଭର୍ସିଟିର ସେଟର୍ନ ସ୍କୁଲ ଅଫ ବିଜନେସରେ ପ୍ରଫେସର ଭାବେ ଯୋଗ ଦେଇ ପାରନ୍ତି ।

ବିରଳ ଆଚାର୍ଯ୍ୟ ତିନି ବର୍ଷ ପାଇଁ ଆରବିଆଇର ଡେପୁଟି ଗଭର୍ଣ୍ଣର ଭାବେ ୨୩ ଜାନୁଆରୀ ୨୦୧୭ରେ ନିଯୁକ୍ତ ହୋଇଥିଲେ । ସେ ଗତ ୩୦ ମାସ ଧରି କେନ୍ଦ୍ରୀୟ ବ୍ୟାଙ୍କ ତଥା ଆରବିଆଇ ପାଇଁ ନିଜ ପଦରେ ରହି ସୂଚାରୁ ରୂପେ କାର୍ଯ୍ୟଭାର ତୁଲାଉ ଥିଲେ ।

Related Posts