ଛିଡିଲା ସମ୍ପର୍କ, ଭାଙ୍ଗିଲା ମେଂଟ

ସତ୍ୟପାଠ ବ୍ୟୁରୋ : ସାଧାରଣ ନିର୍ବାଚନ ପୂର୍ବରୁ ଗଠନ ହୋଇଥିବା ଏସପି-ବିଏସପି ମହାମେଂଟ ଭାଙ୍ଗି ଯାଇଛି । ଏନେଇ ବିଏସପି ସୁପ୍ରିମୋ ମାୟାବତୀ ଆଜି ଔପଚାରିକ ଭାବେ ଘୋଷଣା କରିଛନ୍ତି । ଏହି ସମୟରେ ମାୟାବତୀ କହିଛନ୍ତି କି, ଏଭଳି କରି ଆମେ ଆଗକୁ ବିଜେପିକୁ ପରାଜୟ କରିବା ସମ୍ଭବ ନୁହେଁ ବୋଲି ଲୋକସଭା ନିର୍ବାଚନ ପରେ ଏସପିର ବ୍ୟବହାର ଦେଖି ପରିଲଖିତ ହେଉଛି । ଏହା ସହ ଆଗକୁ ଆସୁଥିବା ସମସ୍ତ ନିର୍ବାଚନ ସେ ନିଜର ବୁଦ୍ଧିବଳରେ ଲଢିବେ ବୋଲି କହିଛନ୍ତି । ଏହି ଭଳି ଭାବରେ ୟୁପିରେ ଦୁଇ ବଡ ଦଳର ମହାମେଂଟ ୬ ମାସ ମଧ୍ୟରେ ଭାଙ୍ଗି ଯାଇଛି ।

ମାୟାବତୀ ବୈଠକରେ କହିଛନ୍ତି କି, ଅଖିଳେଶ ଯାଦବ ମହାମେଂଟ ପାଇଁ ସମ୍ପୂର୍ଣ୍ଣ ଭାବରେ ଅପରିପକ୍ୱ । ନିର୍ବାଚନ ପରେ ମୁଁ ବହୁ ଦିନ ପର୍ଯ୍ୟନ୍ତ ବାର୍ତାଳାପ ପାଇଁ ତାଙ୍କର ଅପେକ୍ଷା କରିଥିଲି କିନ୍ତୁ ସେ ଆସି ନଥିଲେ । ଏଭଳି ସ୍ଥିତିରେ ଏସପି ସହ ମହାମେଂଟ କରି ହେବ ନାହିଁ । ଏସପି ନିକଟରୁ ଯେଉଁ ସହଯୋଗ ଆବଶ୍ୟକ ଥିଲା ତାହା ମିଳି ନାହିଁ ।

Related Posts