ବାଇଡେନଙ୍କ ୟୁକ୍ରେନ ଗସ୍ତ ନେଇ ନାହିଁ କୌଣସି ପ୍ଲାନ: ହ୍ବାଇଟ ହାଉସ

ଓ୍ବାଶିଂଟନ: ଫେବୃଆରୀ ୨୪ ରୁ ଆରମ୍ଭ ହୋଇଥିବା ଋଷିଆ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଏଯାବତ ଜାରି ରହିଛି | ରୁଷ ସେନା ଲଗାତାର ଭାବେ ୟୁକ୍ରେନ ଉପରକୁ ଆକ୍ରମଣ କରି ଚାଲିଛନ୍ତି | ଅନେକ କଟକଟ ପରେ ବି ରୁଷ ଯୁଦ୍ଧ ନୀତିରେ କୌଣସି ପରିବର୍ତନ ନ ଆଣି ଯୁଦ୍ଧ କରିଚାଲିଛି |

ଏହାରି ମଧ୍ୟରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ୟୁକ୍ରେନ ଗସ୍ତ କରିବା ନେଇ ସୂଚନା ମିଳିଥିଲା । ତେବେ ବାଇଡେନଙ୍କ ୟୁକ୍ରେନ ଗସ୍ତ ନେଇ କୌଣସି ପ୍ଲାନ ନଥିବା ହ୍ବାଇଟ ହାଉସ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଖୁବଶୀଘ୍ର କିଭକୁ ଆମେରିକାର ଜଣେ ଉଚ୍ଚପଦାଧିକାରୀ ପଠାଇବା ନେଇ ଯୋଜନା କରାଯାଉଥିବା ହ୍ବାଇଟ ହାଉସ ପକ୍ଷରୁ ଜଣାପଡିଛି ।

ତେବେ ଏହା ପୂର୍ବରୁ ରାଷ୍ଟ୍ରପତି ବାଇଡେନ ୟୁକ୍ରେନକୁ ୮୦୦ ମିଲିୟନ ଡଲାର ଅତିରିକ୍ତ ସହାୟତା ଦେବାକୁ ଘୋଷଣା କରିଥିଲେ । ବାଇଡେନ କହିଛନ୍ତି ଯେ, ଏହି ଯୁଦ୍ଧ ପରିସ୍ଥିତି ଭିତରେ ୟୁକ୍ରେନକୁ ଦିଆଯାଇଥିବା ଉପକରଣ ଗୁରୁତ୍ବପୂର୍ଣ୍ଣ ଅଟେ । ୟୁକ୍ରେନକୁ ସମର୍ଥନ କରୁଥିବା 30 ସହଯୋଗୀଙ୍କ ମଧ୍ୟରେ ଆମେରିକା ସର୍ବ ବୃହତ ସାମରିକ ସହାୟତା ଯୋଗାଣକାରୀ ଭାବରେ ରହିଆସିଛି ।ରାଷ୍ଟ୍ରପତି ବାଇଡେନ ଜାନୁଆରୀ ୨୦୨୧ରେ କାର୍ଯ୍ୟଭାର ଗ୍ରହଣ କରିବା ପରେ ଆଜି ପର୍ଯ୍ୟନ୍ତ ୟୁକ୍ରେନକୁ ୩.୨ ବିଲିୟନ ଡ଼ଲାରରୁ ଅଧିକ ପ୍ରତିରକ୍ଷା ବିଭାଗକୁ ସୁରକ୍ଷା ସହାୟତା ପ୍ରଦାନ କରିଛନ୍ତି । ଫେବୃଆରୀ ୨୪ରେ ଋଷ୍‌ ଯୁଦ୍ଧ ଆରମ୍ଭ କରିବା ପରଠାରୁ ଆମେରିକା ୟୁକ୍ରେନ୍‌ ସେନାକୁ ୨.୪ ବିଲିଅନ ଡଲାରର ସହାୟତା ଦେଇଛି |

ଅନ୍ୟପଟେ ଗତ ୨୪ ଘଣ୍ଟାରେ ପୂର୍ବ ୟୁକ୍ରେନ୍‌ରେ ରୁଷ୍‌ ଆକ୍ରମଣକୁ ଜୋରଦାର କରିଛି। ଲଭିଭ୍‌ରେ ଗତକାଲି ରାତିରେ ରୁଷ୍ ୫ଥର ପ୍ରଚଣ୍ଡ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଏଥିରେ ୭ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୧୧ ଜଣ ଆହତ ହୋଇଛନ୍ତି। ପୂର୍ବ ଲୁହାନସ୍କ ଅଞ୍ଚଳରେ ବି ରୁଷ୍ ଗୋଳାବର୍ଷା କରୁଛି। ରୁଷ୍‌ ବାହିନୀ ଲୁହାନସ୍କର ଏକ ସହର କ୍ରେମିନ୍ନାରେ ପ୍ରବେଶ କରି ରାସ୍ତାଘାଟରେ ଲଢ଼େଇ ଚଳାଇଛି। ୩ ଦିନର ଲଢ଼େଇ ପରେ ରୁଷ୍‌ ସେନା ଉକ୍ତ ସହରକୁ ଦଖଲ କରିନେଇଛି। କିଛି ଲୋକ ଆଜି ଏକ କାର୍‌ ଯୋଗେ କ୍ରେମିନ୍ନା ଛାଡ଼ୁଥିବାବେଳେ ସେମାନଙ୍କ ଉପରକୁ ଗୁଳିମାଡ଼ ହୋଇଥିଲା। ଫଳରେ ୪ ଜଣଙ୍କ ମୃତ୍ୟୁ ହୋଇଛି। ଖାରକିଭରେ ଲଗାତାର ଗୋଳାବର୍ଷା ଯୋଗୁଁ ଗତ ୪ ଦିନ ମଧ୍ୟରେ ୧୮ ଜଣଙ୍କ ମୃତ୍ୟୁ ହେଲାଣି ଏବଂ ୧୦୦ରୁ ଅଧିକ ଆହତ ହୋଇଛନ୍ତି।

Related Posts