ଗୌରି ବଜାର ନିକଟରେ ବସ ଓ ବୋଲେରୋ ମୁହାଁମୁହିଁ ଧକ୍କା; 6 ମୃତ, 4 ଗୁରୁତର

ଲକ୍ଷ୍ନୌ: ଗତକାଲି (ସୋମବାର) ବିଳମ୍ବିତ ରାତିରେ ଲକ୍ଷ୍ନୌ ଦେଓରିୟା ଜିଲ୍ଲାର ଗୌରି ବଜାର ନିକଟରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ 6 ଜଣଙ୍କ ମୃତ୍ୟୁ ଘଟିଥିବାବେଳେ 4 ଜଣ ଗୁରୁତର ଆହତ ହୋଇଛନ୍ତି । ଗତକାଲି (ସୋମବାର) ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଥିଲା | ଏକ ବସ ଓ ବୋଲେରୋ ମୁହାଁମୁହିଁ ଧକ୍କା ହେବାରୁ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି ।

ମିଳିଥିବା ସୂଚନା ଅନୁସାରେ ଦୁର୍ଘଟଣାଗ୍ରସ୍ତ ବୋଲେରୋରେ ଥିବା ଯାତ୍ରୀ ଗୌରି ବଜାରସ୍ଥିତ ରେଶ୍ରୀ ଗ୍ରାମରେ ତିଲକ ସମାରୋହ ସାରି କୁଶି ନଗର ଫେରୁଥିଲେ। ଏହାର ବିପରୀତ ଦିଗ ଗୋରଖପୁରରୁ ଦ୍ରୁତ ଗତିରେ ଆସୁଥିବା ଏକ ଘରୋଇ ବସ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଯାହା ଫଳରେ ବୋଲେରୋରେ ଥିବା 5 ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ବସର ଜଣେ ଯାତ୍ରୀଙ୍କ ମୃତ୍ୟୁ ହୋଇଛି।

ସେପଟେ ଦୁର୍ଘଟଣା ନେଇ ଖବର ପାଇବା ପରେ ପୋଲିସ ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ଦୁର୍ଘଟଣାରେ ଗୁରୁତର ଆହତ ସମସ୍ତଙ୍କୁ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ଡିଏମ ଓ ଏସ୍‌ପି ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଜାରି ରଖିଛନ୍ତି। ଅନ୍ୟପଟେ ଘଟଣା ନେଇ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଦୁଃଖ ପ୍ରକାଶ କରିଛନ୍ତି।

Related Posts