କରୋନା କବଜାରେ ବିଗ୍ ବି

ମୁମ୍ବାଇ : କରୋନା ସଂକ୍ରମିତ ହେଲେ ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନ । ଏନେଇ ସେ ନିଜେ ଟୁଇଟ୍ କରି ସୂଚନା ଦେଇଛନ୍ତି। ସେ ଟ୍ୱିଟ କରି କହିଛନ୍ତି, ମୋର କୋଭିଡ ଟେଷ୍ଟ ପଜିଟିଭ୍‌ ହୋଇଛି।

ଏଥିସହ ଯେଉଁମାନେ ମୋ ସଂସ୍ପର୍ଶରେ ଆସିଛନ୍ତି, ଦୟାକରି ନିଜର ଟେଷ୍ଟ କରାଇ ନିଅନ୍ତୁ। ଏହା ବ୍ୟତୀତ ପ୍ରଶଂସକମାନେ ତାଙ୍କ ପୋଷ୍ଟ ଦେଖି ତାଙ୍କୁ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି।

କହିବାକୁ ଗଲେ ବିଗ୍‌ ବିଙ୍କୁ ଦ୍ଵିତୀୟ ଥର ପାଇଁ କୋଭିଡ୍‌ ହୋଇଛନ୍ତି। ଏହା ପୂର୍ବରୁ ସେ ସଂକ୍ରମିତ ହୋଇ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ । ନିକଟରେ ଅମିତାଭ ବଚ୍ଚନ ବର୍ତ୍ତମାନ କୌନ ବନେଗା କରୋଡପତିର ୧୪ତମ ସିଜିନ୍ ହୋଷ୍ଟ କରୁଛନ୍ତି । ତାଙ୍କ ରିପୋର୍ଟ ନେଗେଟିଭ୍‌ ନଆସିବା ଯାଏଁ କେବିସି ହୋଷ୍ଟ କରିପାରିବେ ନାହିଁ । ଏବେ ଦେଖିବାକୁ ବାକି ରହିଲା କି ଶୋ କିଛି ଦିନ ପାଇଁ ବନ୍ଦ ରହିବ ନା ଅମିତାଭଙ୍କ ସ୍ଥାନ ଅନ୍ୟ ରିପଲେସ୍‌ ହେବ ।

Related Posts