ଡୋନାଲ୍ଡ ଟ୍ରମ୍ପ୍ ଙ୍କୁ ବଡ ଝଟକ: ପ୍ରତିଦିନ ଦେବେ ୭.୬ଲକ୍ଷ ଟଙ୍କା ଜରିମାନା

ଓ୍ବାଶିଂଟନ୍ : ଚର୍ଚାରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ | ପଦ ହରାଇବା ପରେ ଲଗାତର କୌଣସି ନ କୌଣସି କଥାକୁ ନେଇ ଚର୍ଚ୍ଚାରେ ରହିଆସିଛନ୍ତି ଟ୍ରାମ୍ଫ । ତେବେ ଏବେ ନ୍ୟୁୟର୍କର ଆଟର୍ଣ୍ଣି ଜେନେରାଲ୍‌ଙ୍କ ସହ ଆଇନ ଲଢେଇରେ ହାରିଛନ୍ତି ଟ୍ରମ୍ପ୍ | ସୋମବାର ଦିନ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ କୋର୍ଟ ଅବମାନନା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଏହାସହ ସେ ମୋଟା ଅଙ୍କର ଜରିମାନା ମଧ୍ୟ ପୈଠ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ନ୍ୟୁୟର୍କର ଆଟର୍ଣ୍ଣି ଜେନେରାଲଙ୍କ ପକ୍ଷରୁ ତାଙ୍କ ବ୍ୟବସାୟ କାରବାରର ଯାଞ୍ଚର ଏକ ଅଂଶ ଭାବରେ ଜାରି କରାଯାଇଥିବା ସମନର ଜବାବ ଦେବାରେ ବିଫଳ ହୋଇଥିବା ନେଇ ଟ୍ରମ୍ପଙ୍କ ବିରୋଧରେ ଅଭିଯୋଗ ହୋଇଛି । ବିଚାରପତି ଆର୍ଥର ଏଙ୍ଗୋରନ୍ ଟ୍ରମ୍ପଙ୍କୁ ପ୍ରତିଦିନ ୧୦ ହଜାର ଡଲାର (ପ୍ରାୟ ୭.୬ଲକ୍ଷ ଟଙ୍କା) ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଟ୍ରମ୍ପ୍ଙ୍କ ବିରୋଧରେ ଚାଲିଥିବା ମାମଲାର ଯାଞ୍ଚ ବେଳେ ସାମ୍ନାକୁ ଆସିଥିଲା ଯେ, ତାଙ୍କ ସଂଗଠନ ତଥ୍ୟ ଏପଟସେପଟ କରିଥିଲା । ଅନେକ ରିଅଲ୍ ଇଷ୍ଟେଟ୍ କାରବାରରେ ଟିକସ ହ୍ରାସ କରିବା ଲକ୍ଷ୍ୟରେ ଋଣ କଭରେଜ୍‌କୁ ନିଜ ହିସାବରେ ବଦଳାଇବାର କାମ କରିଛି । ଅଦାଲତଙ୍କ ନିଷ୍ପତ୍ତିକୁ ଆଟର୍ଣ୍ଣି ଜେନେରାଲ୍ ଜେମ୍ସଙ୍କ ବିଜୟ ଭାବେ ଦେଖାଯାଉଛି । ଟ୍ରମ୍ପ ଅନେକ ମାସ ପର୍ଯ୍ୟନ୍ତ ବକେୟା ସମନକୁ ଅଣଦେଖା କରିଥିବା ଜେମ୍ସ ଅଭିଯୋଗ କରିଛନ୍ତି ।

ଆଙ୍ଗୋରୋନ୍ ମ୍ୟାନହଟ୍ଟନ କୋର୍ଟ ରୁମ୍‌ରେ ବେଞ୍ଚ୍ ପକ୍ଷରୁ ନିଷ୍ପତ୍ତି ଶୁଣାଇବା ପୂର୍ବରୁ କହିଲେ, ମିଷ୍ଟର ଟ୍ରମ୍ପ୍, ମୋତେ ଜଣାଅଛି ଯେ ତୁମେ ତୁମ ବ୍ୟବସାୟକୁ ଗମ୍ଭୀରତାର ସହ ନିଅ ଏବଂ ମୁଁ ମୋ କାମକୁ ଗମ୍ଭୀରତାର ସହ ନିଏ ।

ଟ୍ରମ୍ପ୍ ସମୟ ପୂର୍ବରୁ କୋର୍ଟରେ ଦସ୍ତାବେଜ ଦାଖଲ କରିପାରିନଥିଲେ । ଯେଉଁଥି ପାଇଁ ମାର୍ଚ୍ଚ ପର୍ଯ୍ୟନ୍ତ ଡେଡ୍‌ଲାଇନ୍ ଦିଆଯାଇଥିଲା । ଏବେ କୋର୍ଟଙ୍କ ନିର୍ଦ୍ଦେଶ ପାଳନ ପର୍ଯ୍ୟନ୍ତ ଏହି ଜରିମାନା ଦେବାକୁ ପଡିବ ।

Related Posts