ବିଜେପିକୁ ବଡ଼ ଝଟକା; ଇସ୍ତଫା ଦେଲେ ଦଳର ଦୁଇ ବିଧାୟକ; କଂଗ୍ରେସରେ ହୋଇପାରନ୍ତି ସାମିଲ

ତ୍ରିପୁରା(ସତ୍ୟପାଠ ବ୍ୟୁରୋ): ତ୍ରିପୁରାରେ ଭାରତୀୟ ଜନତା ପାର୍ଟିକୁ ବଡ଼ ଝଟକା ମିଳିଛି । ତେବେ ବିଜେପି ବିଧାୟକ ସୁଦୀପ ରାୟ ବର୍ମନ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ଏହା ସହିତ ତାଙ୍କର ଘନିଷ୍ଠ ସହଯୋଗୀ ଆଶିଷ କୁମାର ସାହା ମଧ୍ୟ ଇସ୍ତଫା ଦେଇଛନ୍ତି। ଉଭୟ ବିଜେପିର ପ୍ରାଥମିକ ସଦସ୍ୟତା ଛାଡିଛନ୍ତି। ସେପଟେ ଇସ୍ତଫା ଦେବାପରେ ଦିଲ୍ଲୀ ଯାଇଥିବାର ସୂଚନା ମିଳିଛି । ତେବେ ଦିଲ୍ଲୀରେ ସେମାନେ କଂଗ୍ରେସରେ ଯୋଗ ଦେଇ ପାରନ୍ତି ବୋଲି ଅନୁମାନ କରାଯାଉଛି । ଗତ କିଛି ଦିନ ହେବ ସୁଦୀପ ରୟ ବର୍ମନ ଦଳ ଏବଂ ସରକାରଙ୍କୁ ସମାଲୋଚନା କରିଥିଲେ।

ଏହାପୂର୍ବରୁ ଜାନୁଆରୀ ୨୯ ରେ ବିଦ୍ରୋହୀ ବିଜେପି ବିଧାୟକ ସୁଦୀପ ରୟ ବର୍ମନ ତ୍ରିପୁରା ସରକାର ଉପରେ ଆକ୍ରମଣ କରିଥିଲେ। ସେ କହିଥିଲେ ଯେ ରାଜ୍ୟରେ ଗଣତନ୍ତ୍ର ନାହିଁ ଏବଂ ଲୋକମାନେ ଏଠାରେ ଶ୍ୱାସରୁଦ୍ଧ ହେଉଛନ୍ତି। ଏଥି ସହିତ, ଦଳ ଛାଡିବା ପ୍ରଶ୍ନରେ ସେ କହିଥିଲେ ଯେ ତାଙ୍କ ଲୋକଙ୍କୁ ପଚାରିବା ପରେ ସେ ତାଙ୍କ ଭବିଷ୍ୟତ ବିଷୟରେ ନିଷ୍ପତ୍ତି ନେବେ। ୨୦୨୩ ରେ ତ୍ରିପୁରାରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ ଜ୍ଝ ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୀତି ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts