
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଭିଜିଲାନ୍ସ ଜାଲରେ ନରସିଂହପୁର ଥାନା ଅଧିକାରୀ । ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସେ ଭିଜିଲାନ୍ସ ହାତରେ ଧରାପଡ଼ିଥିବା ଜଣାଯାଇଛି। ଏହାପରେ ଭିଜିଲାନ୍ସ ଟିମ ତାଙ୍କ ସରକାରୀ ବାସଭବନ ସମେତ ପୈତୃକ ଘରେ ଚଢାଉ କରିଥିବା ସୂଚନା ମିଳିଛି। ଲାଞ୍ଚ ନେଉଥିବା ଥାନା ଅଧିକାରୀ ହେଉଛନ୍ତି ଅଲେଖ ଗରଡ଼ିଆ।
ସେ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ ତାଙ୍କୁ ଗିରଫ କରିଛି। ଭିଜିଲାନ୍ସ ପକ୍ଷରୁ ଦୁଇଟି ସ୍ଥାନରେ ଚଢାଉ ଚାଲିଥିବାର ସୂଚନା ମିଳିଛି। ନରସିଂହପୁରସ୍ଥିତ ସରକାରୀ ବାସଭବନ ଓ ସମ୍ବଲପୁରସ୍ଥିତ ପୈତୃକ ଘରେ ଭିଜିଲାନ୍ସ ଟିମ ପହଞ୍ଚି ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଛି। ପୂର୍ବ ସୂଚନା ମୁତାବକ ଭିଜିଲାନ୍ସ ଟିମ ପହଞ୍ଚି ତାଙ୍କୁ ଲାଞ୍ଚ ନେଉଥିବା ସମୟରେ କାବୁ କରିଛି।