ୟୁପିରେ କେବଳ ଏସପି ହିଁ ଜିତିବ: ମମତା ବାନାର୍ଜୀ

ଗୋରଖପୁର(ସତ୍ୟପାଠ ବ୍ୟୁରୋ): ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ପାଖେଇ ଆସୁଛି । ସେପଟେ ଦଳମାନେ ଏନେଇ ଜୋରଦାର ପ୍ରଚାର ମଧ୍ୟ କରିବାରେ ଲାଗିଛନ୍ତି । ଏହା ମଧ୍ୟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସମାଜବାଦୀ ପାର୍ଟିକୁ ସମର୍ଥନ ଦେଉଥିବାର ଦେଖିବାକୁ ମିଳିଛି । ତେବେ ମୁଁ ଉତ୍ତରପ୍ରଦେଶରେ ଅଖିଳେଶ ଯାଦବଙ୍କ ସରକାର ହେବ । ମୁଁ ବାରଣାସୀ ଯିବି ଏବଂ ଶିବ ମନ୍ଦିରରେ ଦୀପ ଜାଳିବି । ସେପଟେ ବାରଣାସୀ ହେଉଛି ପ୍ରଧାନମନ୍ତ୍ରୀଙ୍କ ବିଧାନସଭା କ୍ଷେତ୍ର ।

ତେବେ ଦେଶରେ ଯେକୌଣସି ସ୍ଥାନକୁ ଯିବାର ଅଧିକାର ସମସ୍ତଙ୍କର ଅଛି । ତେଣୁ ମୁଁ ବାରଣାସୀ ଯିବି ବୋଲି ଯୋଜନା କରିଛି ବୋଲି ମମତା ବାନାର୍ଜୀ କହିଛନ୍ତି । ଏହା ସହ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ ସେ ଉତ୍ତରପ୍ରଦେଶରେ ସମାଜବାଦୀ ପାର୍ଟି ଜିତୁ ବୋଲି ଚାହୁଁଛନ୍ତି। ମମତା କହିଛନ୍ତି ଯେ ଯଦି ଲୋକମାନେ ସମର୍ଥନ କରନ୍ତି ତେବେ ଅଖିଳେଶ ଏହି ନିର୍ବାଚନରେ ଜିତିବେ। ଏ ଖବର ସାମ୍ନାକୁ ଆସିବା ପରେ ବର୍ତ୍ତମାନ ଦେଶର ରାଜନୈତିକ ମାହୋଲ ସରଗରମ ହୋଇ ଉଠିଛି ।

Related Posts