ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଚଳିତଥର ପଞ୍ଜାବ ବିଧାନସଭା ନିର୍ବାଚନରେ ଆମ ଆଦମି ପାର୍ଟି ବୃହତ ବିଜୟ ପାଇବା ପରେ ବର୍ତ୍ତମାନ ଅନ୍ୟ ରାଜ୍ୟକୁ ବିସ୍ତାର କରିବା ପାଇଁ ଦଳ ଯୋଜନା କରୁଛି । ଆଗାମୀ ସମୟରେ ହିମାଚଳ ପ୍ରଦେଶ, ଗୁଜୁରାଟ ଏବଂ ହରିୟାଣାରେ ନିଜର ଉପସ୍ଥିତି ବିସ୍ତାର କରିବାକୁ ଆମ୍ ଆଦମୀ ପାର୍ଟି ଯୋଜନା କରିଛି। ଏହି ତିନୋଟି ରାଜ୍ୟରେ ଆମ୍ ଆଦମୀ ପାର୍ଟି ମଧ୍ୟ ଆଗାମୀ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବ। ଏହା ମଧ୍ୟରେ ହିମାଚଳ ପ୍ରଦେଶରେ କଂଗ୍ରେସକୁ ଆପ ଏକ ବଡ ଝଟକା ଦେଇଛି । ତେବେ ୨୩ ଜଣ କଂଗ୍ରେସ ନେତା ଆପରେ ମିଶିଛନ୍ତି । ଏପରିକି ହିମାଚଳ ଯୁବ କଂଗ୍ରେସ ସଭାପତି ମନୀଷ ଠାକୁର ମଧ୍ୟ ଆପରେ ଯୋଗ ଦେଇଛନ୍ତି। ସେପଟେ ଦିଲ୍ଲୀ ସରକାରରେ ଜଣେ ମନ୍ତ୍ରୀ ତଥା ହିମାଚଳ ନିର୍ବାଚନ ଦାୟିତ୍ୱରେ ଥିବା ମନ୍ତ୍ରୀ ସତ୍ୟେନ୍ଦ୍ର ଜେନାଙ୍କ ଉପସ୍ଥିତିରେ କଂଗ୍ରେସ ନେତାମାନେ ଆପରେ ଯୋଗ ଦେଇଥିଲେ। ମନୀଷ ଠାକୁରଙ୍କ ସହ ସାଜିଦ ଅଲି, ରାକେଶ ଠାକୁର, ଗୌରବ ଠାକୁର, ଜସବୀର ସିଂ, ପ୍ରଭେଶ ଶର୍ମା, ରୋନି ଘଡା, ଚେତନ ଚୈହାନଙ୍କ ସମେତ ୨୩ ଯୁବ କଂଗ୍ରେସ ନେତା ଆପରେ ଯୋଗ ଦେଇଥିଲେ।
ଏହି ଅବସରରେ, ଆପ ହିମାଚଳ ନିର୍ବାଚନର ଦାୟିତ୍ୱରେ ଥିବା ସତ୍ୟେନ୍ଦ୍ର ଜୈନ କହିଛନ୍ତି ଯେ ହିମାଚଳରେ ମଧ୍ୟ ଆପ ଶାସନ ମଡେଲର ଚାହିଦା ବଢ଼ୁଛି ଏବଂ ହିମାଚଳର ଲୋକମାନେ ରାଜନୀତିରେ ପରିବର୍ତ୍ତନ ଚାହୁଁଛନ୍ତି। ସତ୍ୟେନ୍ଦ୍ର ଜୈନ ଟ୍ୱିଟ୍ କରି କହିଛନ୍ତି ଯେ ହିମାଚଳ ପ୍ରଦେଶରେ ଆମ୍ ଆଦମୀ ପାର୍ଟିର ପରିବାର ବଢ଼ୁଛି । ଆଜି ଯୁବ କଂଗ୍ରେସ ସଭାପତି ଶ୍ରୀ ମନୀଷ ଠାକୁରଙ୍କ ସମେତ ୨୩ ଟି ଜିଲ୍ଲା ପରିଷଦ ସଦସ୍ୟ ତଥା ଗ୍ରାମ ମୁଖ୍ୟ ଆମ୍ ଆଦମୀ ଦଳର ସଦସ୍ୟତା ଗ୍ରହଣ କରିଛନ୍ତି। ମୁଁ ସମସ୍ତଙ୍କୁ ‘ଆପ’ ହିମାଚଳ ପରିବାରକୁ ସ୍ୱାଗତ କରୁଛି ବୋଲି କହିଛନ୍ତି । ଏକ୍ଷବର ସାମ୍ନାକୁ ଆସିବା ପରେ ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି । ହିମାଚଳ କଂଗ୍ରେସରେ ଏକ ବଡ଼ କ୍ଷତି ଘଟିଛି । ଯାହା ଦଳ ପାଇଁ ଚିନ୍ତାର ବିଷୟ ପାଲଟିଛି ।