
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପଞ୍ଜାବ କଂଗ୍ରେସକୁ ବଡ଼ ଝଟକା । କଂଗ୍ରେସ ଛାଡ଼ି ଆପରେ ମିଶିଲେ ପାଞ୍ଚ ଜଣ କାଉନସିଲର । ସେପଟେ ପଞ୍ଜାବ ବିଧାନସଭା ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ରାଜ୍ୟରେ କଂଗ୍ରେସର ସ୍ଥିତି ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି । ଏହା ମଧ୍ୟରେ ଡେରା ବାସି ମୁ୍ୟନିସିପାଲିଟିର ୫ ଜଣ କାଉନସିଲର ଆପରେ ଯୋଗ ଦେଇଛନ୍ତି । ହେଲେ କଂଗ୍ରେସ ଏହାକୁ ପ୍ରତ୍ୟାଖ୍ୟାନ କରିଛି । କଂଗ୍ରେସ କହିଛି ଯେ ଏହି କାଉନସିଲରମାନେ ଏକ ସାମାଜିକ କାର୍ଯ୍ୟକ୍ରମ ପାଇଁ ବିଧାୟକଙ୍କ ସହ ନିଜର ଆସିଥିଲେ ।
କିନ୍ତୁ ଯେଉଁ ଫୋଟ ବର୍ତ୍ତମାନ ସାମ୍ନାକୁ ଆସିଛି ସେଥିରେ କଂଗ୍ରେସ କାଉନସିଲର ହରଜିତ ସିଂ, ନେହା ଶର୍ମା, ରେଣୁ ନେହେରୁ ଏବଂ ଅଜିତ ପାଲଙ୍କ ବେକରେ ଆପ ପାର୍ଟିର ପ୍ରତୀକ ମଫଳରକୁ ଦେଖିବାକୁ ମିଳିଛି । ଅପରପକ୍ଷରେ ଡେରା ବାସିର ବିଧାୟକ କହିଛନ୍ତି, ସମସ୍ତ ୫ ଜଣ କାଉନସିଲର ଆପରେ ଯୋଗ ଦେଇଛନ୍ତି । ମିଳିତ ଭାବେ ଆମେ ବିଧାନସଭା ନିର୍ବାଚନମଣ୍ଡଳୀର ବିକାଶ କରିବୁ ବୋଲି କୁଲଜିତ ରନ୍ଧୱା କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।