ବ୍ରହ୍ମପୁତ୍ର ନଦୀ ତଳେ ତିଆରି ହେବ ରାସ୍ତା ଓ ରେଳ ଲାଇନ୍

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବ୍ରହ୍ମପୁତ୍ର ନଦୀ ତଳେ ତିଆରି ହେବ ରାସ୍ତା ଓ ରେଳ ଲାଇନ୍ । ବିଶ୍ୱର ସବୁଠାରୁ ବଡ଼ ଟନେଲ୍‌ ଅଟଳ ଟନେଲ୍‌ ନିର୍ମାଣ କରିବା ପରେ ଏବେ ପ୍ରଥମଥର ପାଇଁ ପାଣି ଭିତରେ ରେଳ ଟନେଲ୍ ନିର୍ମାଣ କରିବାକୁ ଯୋଜନା କରୁଛି ଭାରତ। ଆସାମର ବ୍ରହ୍ମପୁତ୍ର ନଦୀରେ ଏହି ଟନେଲ୍ ନିର୍ମାଣ କରାଯିବ। ଏଥିପାଇଁ ୭ ହଜାର କୋଟି ଟଙ୍କାର ବ୍ୟୟ ଅଟକଳ ହୋଇଛି। ଏନେଇ କେନ୍ଦ୍ର ରେଳମନ୍ତ୍ରାଳୟ ଓ ସଡ଼କ ପରିବହନ ମନ୍ତ୍ରାଳୟ ସୂଚନା ଦେଇଛି। ବର୍ଡର ରୋଡ ଅର୍ଗାନାଇଜେସନ(ଈଜଙ) ସହିତ ମିଶି ଏହି ଯୋଜନା କରାଯାଇଛି ବୋଲି ମନ୍ତ୍ରାଳୟ ସୂଚନା ଦେଇଛି।

ସୂଚନା ଅନୁସାରେ ଏହି ପ୍ରୋଜେକ୍ଟରେ ତିନୋଟି ଟନେଲ୍ ତିଆରି କରାଯିବ। ସେଥିମଧ୍ୟରୁ ଗୋଟିଏ ସଡ଼କପଥ, ଗୋଟିଏ ରେଳପଥ ଓ ଅନ୍ୟଟି ଜରୁରୀକାଳୀନ ସେବ ପାଇଁ ରହିବ। ଏହି ତିନୋଟିଯାକ ପଥ କ୍ରସ୍‌ ପେସେଜ୍‌ ଦ୍ୱାରା ସଂଯୋଗ ହୋଇ ରହିବ ବୋଲି ମନ୍ତ୍ରାଳୟ କହିଛି। ଏହି ଟନେଲ୍ ସମ୍ପର୍କରେ ସୂଚନା ଦେଇ ସରକାର କହିଛନ୍ତି ଯେ ପ୍ରତ୍ୟେକ ଟନେଲ୍ ଲମ୍ବ ୯.୮କିମି ରିହିବ ସହିତ ଅସାମ ଓ ଅରୁଣାଚଳ ପ୍ରଦେଶ ଆଡ଼କୁ ଜମୁରିହାଟ-ସିଲଘାଟ ରେଳପଥ ଓ ସଡ଼କ ପଥ ସହିତ ଜଡ଼ିତ ରହିବ। ଯାତାୟାତ ଓ କାର୍ୟ୍ୟ ଉଭୟ ଉଦ୍ଦେଶ୍ୟରେ ତିଆରି ହେବାକୁ ଥିବା ଏହି ୯ କିମି ବିଶିଷ୍ଟ ଟନେଲ୍‌ ତେଜ୍‌ପୁର ରୋଡ୍‌ ବ୍ରିଜ୍‌ କାଳିଆଭମରା ସହିତ ଲାଗିବ। ଏହି ଟନେଲ୍‌ଗୁଡ଼ିକ ବ୍ରହ୍ମପୁତ୍ରର ଉତ୍ତରଭାଗରେ ଥିବା ଧାଲିଆବିଲ ରେଳଷ୍ଟେସନ୍ ଓ ଦକ୍ଷିଣଭାଗରେ ଥିବା ଜଖଲାବନ୍ଧ ରେଳଷ୍ଟସନ୍‌କୁ ସଂଯୋଗ କରିବ।

Related Posts